ଗଞ୍ଜାମ: ଚୋରା ପିଡିଏସ୍‌ ସାମଗ୍ରୀ ଜବତ କଲା ପୁଲିସ୍‌, ୨ ଭାଇ ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ତାରାସିଂ ଥାନା ଗାୟାଗଣ୍ଡା ଗାଁର ଜଣେ ବ୍ୟକ୍ତିଙ୍କ ଗୋଦାମ ଘରେ ଚଢ଼ାଉ କରି ବିପୁଳ ପରିମାଣର ପିଡ଼ିଏସ ସାମଗ୍ରୀ ଜବତ କରିଛି ତାରାସିଂ ପୁଲିସ । ୨୦ କ୍ୱିଂଟାଲ ଚାଉଲ, ୨ କ୍ୱିଂଟାଲ ଗହମ ଗଛିତ ଥିବା ବେଳେ ପୁଲିସ୍‌ ଚଢ଼ଉ କରି ଏହି ସବୁ ପିଡିଏସ ସାମଗ୍ରୀକୁ ଜବତ କରିଛି । ଜବତ ପିଡିଏସ ସାମଗ୍ରୀର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି ।

କମ୍ ମୂଲ୍ୟରେ ଲୋକଙ୍କଠାରୁ ପିଡ଼ିଏସ ସାମଗ୍ରୀ କିଣି ଏହାକୁ ପୁଣି ଥରେ  ପ୍ୟାକିଂ କରି ଅଧିକ ଟଙ୍କାରେ ବିକ୍ରି କରାଯାଉଥିଲା ବୋଲି ଅଭିଯୋଗ ହୋଇଛି । ଏନେଇ ପୁଲିସ୍‌ ସୂଚନା ପାଇବା ପରେ ଚଢାଉ କରି ଗଛିତ ସାମଗ୍ରୀ ଜବତ କରି ଏଥିରେ ସମ୍ପୃକ୍ତ ଥିବା ଦୁଇ ଭାଇଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଏ.ସନ୍ତୋଷ କୁମାର ପାତ୍ର ଓ ବାଉରୀ ପାତ୍ର । ଏମାନେ ଦୀର୍ଘ ଦିନ ହେଲା ଚୋରାରେ ପିଡିଏସ ସାମଗ୍ରୀ ବନାଉଥିଲେ ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର