ବେଲଗୁଣ୍ଠା: ଉଦ୍ଧାର ହେଲା ଚୋରି ହୋଇଥିବା ପଲ୍‌ସର୍‌ ଗାଡ଼ି, ୪ ଗିରଫ

ବେଲଗୁଣ୍ଠା: ଗତ ଚାରି ତାରିଖ ମଧ୍ୟ ରାତ୍ରରେ ଚାରି ଜଣ ଚୋର ଗାଡିର ତାଲା ଭାଙ୍ଗି ଯେଉଁ ପଲ୍‌ସର ଗାଡ଼ି ଚୋରି କରିଥିଲେ ସେହି ଗାଡ଼ିଟିକୁ ଏବେ ଉଦ୍ଧାର କରାଯାଇଛି। ବାଇକ୍ଟିକୁ ବିକିବା ପାଇଁ ଯାଉଥିବା ବେଳେ ପୁଲିସ୍‌ ପାଟ୍ରୋଲିଂ କାଳରେ ଧରା ପଡ଼ିଛନ୍ତି ୪ ଅଭିଯୁକ୍ତ I ସେମାନେ ବାଇକ୍‌ ଧରି ଗଲା ବେଳେ ପୋଲିସ୍ ଏମାନଙ୍କ ପିଛା କରି ଧରିବା ସହ ଚୋରି ମାମଲାରେ ସଂପୃକ୍ତ ଥିବା ଚାରି ଜଣଙ୍କୁ ଗିରଫ କରି ଆସ୍କା କୋର୍ଟକୁ ପଠାଇଥିବା ଜଣାପଡ଼ିଛି I

ମିଳିଥିବା ତଥ୍ୟ ଅନୁସାରେ ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଓ ବଡ଼ ବୋର୍ସିଂ ମଝିରେ ଘର କରି ରହୁଥୁବା ଲୋଚନ ସ୍ଵାଇଁଙ୍କ ୨୨୦ ପଲ୍ସର୍ ଗାଡ଼ିକୁ ଗତ ଚାରି ତାରିଖ ମଧ୍ୟ ରାତ୍ରରେ ଚୋରି କରି ନେଇ କାଳିଆଗୁଡା ଗ୍ରାମର ଗୋପାଳ ନାୟକ (୨୩), ରାଜା ନାୟକ (୨୧), ଯୁବରାଜ ପ୍ରଧାନ(୨୧) ଓ ସୂର୍ଯ୍ୟ ନାରାୟଣ ସେଠୀ (୨୧) ଏକ ପାଳ ଗଦାରେ ଘୋଡାଇ  ଲୁଚାଇ ରଖିଥିଲେ। ଆଜି ସକାଳେ କଣ୍ଟେଇପଲି ଛକରେ ଗାଙ୍ଗପୁର ପୁଲିସ୍‌ ପାଟ୍ରୋଲିଂ କରୁଥିବା ବେଳେ ପଲ୍ପରଟିକୁ ବିକିବା ପାଇଁ ଯାଉଥିବା ଅଭିଯୁକ୍ତମାନେ ସାମ୍ନାରେ ଧରା ପଡ଼ିଥିଲେ I ପୁଲିସ୍‌କୁ ଦେଖି ରାଜା ଓ ଗୋପାଳ ଚମ୍ପଟ୍ ମାରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ସେ ଦୁହିଁଙ୍କୁ କାବୁ କରିଥିଲା।

ଏମାନଙ୍କୁ ଧରିବା ପରେ ଏହି ଗାଡି ଚୋରି ମାମଲାରେ ଯୁବରାଜ ଓ ସୂର୍ଯ୍ୟ ନାରାୟଣ ସମ୍ପୃକ୍ତି ଥିବା ପୁଲିସ୍‌ ଜାଣିପାରି କାଳିଆଗୁଡାରେ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା। ଏନେଇ ଗାଙ୍ଗପୁର ଥାନାରେ ୩୨୦/୨୦ରେ ଏକ ଚୋରି ମାମଲା ରୁଜୁ ହୋଇଥିଲା I ଚୋରି ମାମଲାରେ ସଂପୃକ୍ତ ଥିବା ସମସ୍ତ ଗିରଫ ଚାରି ବ୍ୟକ୍ତିଙ୍କୁ ଆସ୍କା କୋର୍ଟ୍ ଚାଲାଣ କରିଥିବା ତଦନ୍ତକାରୀ ଅଫିସର୍ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି I

ସମ୍ବନ୍ଧିତ ଖବର