ଭଞ୍ଜନଗର: ସଡ଼କ ଦୁର୍ଘଟଣାରେ ଦୁଇ ଝିଅ, ବାପା ମୃତ; ନାତି ଗୁରୁତର

ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇଲାକାରେ ଘଟିଯାଇଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବାପ ଓ ୨ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ନାତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗାଙ୍ଗପୁର ଥାନା ଇନ୍ଦନପୁରରେ ବାଇକକୁ ଧକ୍କା ଦେଇଥିଲା ଦ୍ରୁତ ଗତିରେ ଆସୁଥିବା ଏକ ଭ୍ୟାନ । ମୃତକମାନେ ହେଲେ ମୁନିଗାଡି ଗ୍ରାମର ଜୟରାମ ନାୟକ(୫୬) ଓ ତାଙ୍କ ଦୁଇଝିଅ ଲଷ୍ମୀ ନାୟକ(୨୬) ଓ ରିଙ୍କି ନାୟକ(୨୦)।

ସୂଚନା ମୁତାବକ ଜୟରାମ ତାଙ୍କ ଦୁଇ ଝିଅ ଓ ନାତିକୁ ଧରି ଗାଙ୍ଗପୁରରୁ କାମ ସାରି ନିଜ ଗାଁ ମୁନିଗାଡ଼ିକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି ଓ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ପୁଲିସ୍‌ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର