ଏମକେସିଜି ମେଡକାଲରେ ମାଓ ନେତା ସବ୍ୟସାଚୀ ପଣ୍ଡା: ଅସ୍ତ୍ରୋପଚାର ପାଇଁ ଇଏନଟି ବିଭାଗରେ ଭର୍ତ୍ତି

ବ୍ରହ୍ମପୁର : ବହୁଚର୍ଚ୍ଚିତ ମାଓ ନେତା ସବ୍ୟସାଚୀ ପଣ୍ଡା ଆଜି ବ୍ରହ୍ମପୁରର ଏମକେସିଜି ମେଡକାଲରେ ଭର୍ତ୍ତି ହୋଇଛନ୍ତି। ସେ ଏଠାକାରର କର୍ଣ୍ଣ ନାସା ଗଳା( ଇଏନଟି) ବିଭାଗରେ ଭର୍ତ୍ତି ହୋଇଥିବାର ସୂଚନା ମିଳିଛି। ତାଙ୍କ କାନ ପରଦାରେ କଣା ଥିବାରୁ ସବ୍ୟସାଚୀ ପଣ୍ଡାଙ୍କର ଅସ୍ତ୍ରୋପଚାର କରାଯିବ ବୋଲି ଜଣାଯାଇଛି। ସେ ଗତ କିଛି ମାସ ହେବ କାନ ଓ ଦାନ୍ତ ଯନ୍ତ୍ରଣା ହେତୁ ଚିକିତ୍ସିତ ହେଉଥିଲେ। ଏନେଇ ଏମକେସିଜି ମେଡକାଲର ଅଧୀକ୍ଷକ ଡାକ୍ତର ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି।

Odisha Bytes

୨୦୦୮ ମସିହା ନୟାଗଡ଼ ମାଓ ଆକ୍ରମଣ ମାମଲାରେ ପୁଣି ୨ଟି ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡା ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଏଥିସହିତ ଏହି ମାମଲାରେ ସଂପୃକ୍ତ ଅନ୍ୟତମ ମାଓ ନେତା ଆଜାଦ୍ ମଧ୍ୟ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି।
ସୂଚନାଯୋଗ୍ୟ, ୨୦୧୪ ମସିହାରେ ନୟାଗଡ଼ ପୁଲିସ ଅସ୍ତ୍ରାଗାର ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଥିଲା। ଏହାପରଠାରୁ ସେ ବ୍ରହ୍ମପୁର ସର୍କଲ ଜେଲରେ ରହୁଛନ୍ତି।

ଉଲ୍ଲେଖଯୋଗ୍ୟ, ନୟାଗଡ଼ ପୁଲିସ ଅସ୍ତ୍ରାଗାର ଲୁଟ୍ ସହ ନୟାଗଡ଼ ପୁଲିସ ଟ୍ରେନିଂ ସ୍କୁଲ୍, ନୟାଗଡ଼, ଦଶପଲ୍ଲା, ନୂଆଗାଁ ଥାନା, ମହିପୁର ଫାଣ୍ଡିରେ ସଶସ୍ତ୍ର ୪୦୦ ମାଓବାଦୀ ତାଣ୍ଡବ ରଚିଥିଲେ। ଗୁଳି ଓ ଛୁରୀରେ ରକ୍ତର ହୋଲି ଖେଳିଥିଲେ। ଯେଉଁଥିରେ ୧୮ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। କିଛି ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଦଶପଲ୍ଲା ଥାନା ପୋଡ଼ି ସମେତ ଥାନା ଅଧିକାରୀଙ୍କ ସରକାରୀ ବାସଗୃହ ପୋଡ଼ି ମାମଲାର ଆଜି ଜିଲ୍ଲା କୋର୍ଟରେ ଶୁଣାଣି କରାଯାଇଥିଲା। ଏନେଇ ଦୁଇ ଅଭିଯୁକ୍ତ ମାଓ ନେତାଙ୍କୁ ଅପରାହ୍ନରେ ନୟାଗଡ଼ ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା। ସବ୍ୟସାଚୀଙ୍କୁ ବ୍ରହ୍ମପୁର ଓ ଆଜାଦ୍ଙ୍କୁ ଝାରପଡ଼ା ଜେଲ୍ରୁ ଅଣାଯାଇଥିଲା। ତେବେ ପ୍ରମାଣ ଅଭାବରୁ ଏହି ଦୁଇ ମାମଲାରେ ସେମାନଙ୍କୁ ଜଜ୍ ନିର୍ଦ୍ଦୋଷ ଘୋଷଣା କରିଥିବା ସବ୍ୟସାଚୀଙ୍କ ଓକିଲ ଅମୀୟ ପଟ୍ଟନାୟକ ସୂଚନା ଦେଇଥିଲେ।

 

ସମ୍ବନ୍ଧିତ ଖବର