ଜ୍ୱାଇଁକୁ ହାଣିଦେଲେ ଶ୍ୱଶୁର

ଭଂଜନଗର/କବିସୂଯ୍ୟର୍ନଗର : ଶ୍ୱଶୁର ଘରେ ଜ୍ୱାଇଁ ପୁଅକୁ ନିର୍ମମ ହତ୍ୟା କରିଛନ୍ତି ଶ୍ୱଶୁର। ପାରିବାରିକ ଅଶାନ୍ତରୁ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧୀନ ଝାଡ଼ବାଇ ଗ୍ରାମରେ ଗତ କାଲି ରାତିରେ ଏ ଘଟଣା ଘଟିଛି। ଶ୍ୱଶୁର ଏ.ଜଗନ୍ନାଥ ରେଡ୍ଡୀ ନିଜ ଜ୍ୱାଇଁ ରାଉଳିବନ୍ଧ ଗାଁର ପି.ମନୁ ରେଡ୍ଡୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ କବିସୂଯ୍ୟର୍ନଗର ପୁଲିସ ପହଞ୍ଚି ତଦନ୍ତ ଚଳାଇବା ସହ ଶ୍ୱଶୁର ଏ.ଜଗନ୍ନାଥ ରେଡ୍ଡୀଙ୍କୁ ଅଟକ ରଖିଛି। ହତ୍ୟାରେ ବ୍ୟବହୃତ ଅସ୍ତ୍ରକୁ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ କବିସୂଯ୍ୟର୍ନଗର ଥାନା ଅନ୍ତର୍ଗତ ଝାଡ଼ବାଇ ଗାଁର ଏ.ଜଗନ୍ନାଥ ରେଡ୍ଡୀଙ୍କ ଝିଅକୁ ଗଂଜାମ ବ୍ଲକ ରାଉଳିବନ୍ଧ ଗାଁର ପି.ମନୁ ରେଡ୍ଡୀ ବିବାହ କରିଥିଲେ। ତେବେ ମନୁ ସୁରତରେ କାମ କରୁଥିବାରୁ ପତ୍ନୀକୁ ସାଙ୍ଗରେ ନ ନେଇ ଶ୍ୱଶୁର ଘରେ ଛାଡ଼ି ପଳାଇଥିଲେ। ଏପରିକି ମନୁ ସହ ବାପା ଓ ମା’ଙ୍କ ସଂପର୍କ ବି ଭଲ ନଥିବା ପୁଲିସ ତଦନ୍ତ ବେଳେ ଜାଣି ପାରିଛି। ସୁରତରୁ ଆସିବା ପରେ ମନୁ ଗତକାଲି ରାତିରେ ଅଚାନକ ଶ୍ୱଶୁର ଘରେ ପହଞ୍ଚି ସ୍ତ୍ରୀ ଓ ଶ୍ୱଶୁରଙ୍କ ସହ ଝଗଡ଼ା କରିଥିଲା। ଏଥିରେ ଉତ୍ୟକ୍ତ ହୋଇ ଶ୍ୱଶୁର ଜଗନ୍ନାଥ ଧାରୁଆ ଅସ୍ତ୍ରରେ ମନୁକୁ ହାଣି ପକାଇଥିଲେ। ଖବର ପାଇ କବିସୂଯ୍ୟର୍ନଗର ଥାନା ଆଇଆଇସି ବିଭତ୍ସ କୁମାର ପ୍ରଧାନ ଘଟଣାସ୍ଥଳକୁ ଯାଇ ଶବକୁ ଜବତ କରିବା ସହ ଖଣ୍ଡା ଜବତ କରିଛନ୍ତି। ଅଭିଯୁକ୍ତ ଶ୍ୱଶୁର ଏ.ଜଗନ୍ନାଥ ରେଡ୍ଡୀଙ୍କୁ ଧରି ଆଣି ଥାନାରେ ଅଟକ ରଖି ଜେରା କରୁଛନ୍ତି। ଶବକୁ ବ୍ୟାବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି ବୋଲି ଆଇଆଇସି ବୀଭତ୍ସ କୁମାର ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର