ଚିକିଟି: ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଉଛି ଶିଶୁ, ନାବାଳିକା ଯୋନ ନିର୍ଯାତନା। ଏ ଧାରା ଉପରେ ଲଗାମ୍ ଲଗାଇବା ଉଦ୍ଦେଶ୍ୟରେ ଓଡ଼ିଶା ପୁଲିସ ତରଫରୁ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ସାରା ରାଜ୍ୟରେ ପରୀ ରଥ ପରିକ୍ରମା ଚାଲିଛି। ହେଲେ ଗଂଜାମ ଜିଲ୍ଲା ଚିକିଟି ବ୍ଲକ୍ କେ.ନୂଆଗାଁ ଥାନା ଅଂଚଳରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହା ସବୁ ମହଲକୁ ସମ୍ଭୀଭୂତ କରିଛି। ଜଣେ ନାବାଳିକାଙ୍କୁ ଘର ବାରଣ୍ଡାରୁ ଶୋଇଥିବା ବେଳେ ରାତିରେ ଅପହରଣ କରି ନିଆଗଲା। ଘଟଣା ଘଟିବାର ୩ ଦିନ ପର୍ଯ୍ୟନ୍ତ କୁଳ ବୈଠକ ଡକାଇ ବିଚାର ବିମର୍ଷ ଚାଲିଲା। ତା’ପରେ କେ.ନୂଆଗାଁ ଥାନାରେ ଏତଲା ଦିଆଗଲା। କିନ୍ତୁ କୌଣସି ପ୍ରଭାବଶାଳୀ ଗୋଷ୍ଠୀର ଚାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଅଟକାଇ ରଖିଛି। ନାବାଳିକାଙ୍କ ବାପାଙ୍କୁ ଏତଲା ଉଠାଇ ନେବାକୁ ପ୍ରବଳ ଚାପ ପଡୁଛି। ଏଭଳି ଘଟଣାକୁ ନେଇ ଚିକିଟି ଅଂଚଳରେ ଚର୍ଚ୍ଚା ଏବେ ଗରମ ହେବାରେ ଲାଗିଛି। ପ୍ରକାଶ ଯେ, କେ.ନୂଆଗାଁ ପଞ୍ଚାୟତର ଏକ ମଫସଲ ଗାଁର ଏକ ଗଉଡ଼ ପରିବାରର (ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ) ଜଣେ ନାବାଳିକା ଛାତ୍ରୀ ଗତ ୧୦ ତାରିଖ ରାତିରେ ବାରଣ୍ଡାରେ ଶୋିଥିଲେ। ମଧ୍ୟ ରାତ୍ରିରେ ତିନି ଜଣ କଳାମୁଖା ପିନ୍ଧା ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ନେଇଥିଲେ। ତିନି ଦିନ ଧରି ଗାଁ କୁଳ ସଭା ଡକାଇ ଆଲୋଚନା ଚାଲିଲା, ପୁଲିସ ପାଖକୁ ଖବର ଗଲା ନାହିଁ। ୧୪ ତାରିଖରେ ଗାଁର କିଛି ଭଦ୍ରବ୍ୟକ୍ତିଙ୍କ ପରାମର୍ଶ କ୍ରମେ ନାବାଳିକାଙ୍କ ବାପା ଗ୍ରାମର ଜଣେ ଯୁବକଙ୍କୁ ନେଇ କେ.ନୂଆଗାଁ ଥାନାରେ ତାଙ୍କ ଝିଅକୁ ଅପହରଣ ହୋଇଥିବା ସଂପର୍କରେ ଏତଲା ଦେଇଥିଲେ। ବାହାର ରାଜ୍ୟରେ ଦାଦନ ଖଟୁଥିବା ନିଜ ଗ୍ରାମର ଜଣେ ଯୁବକଙ୍କ ନାଁ ସହିତ ଅନ୍ୟ ୨ ଅଜ୍ଞାତ ଯୁବକ ତାଙ୍କ ଝିଅକୁ ଅପହରଣ କରିଥିବା ଏତଲାରେ ଉଲ୍ଲେଖ ରହିଥିଲା । ଏପରି ସମ୍ବେଦନଶୀଳ ଘଟଣାର ୨୪ ଘଣ୍ଟା ପୂରି ଯାଇଥିଲେ ସୁଦ୍ଧା କେ.ନୂଆଗାଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ନଥିବା ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ଏହାର ସୁଯୋଗ ନେଇ ନାବାଳିକାଙ୍କ ବାପାଙ୍କ ସହ ଏତଲା ଦେବାକୁ ଯାଇଥିବା ଯୁବକକୁ ଅପର ଗୋଷ୍ଠୀକରାୟତ କରି ମାମଲା ପ୍ରତ୍ୟାହର ନକଲେ କୁଳରୁ ତାଙ୍କୁ ଓ ଝିଅର ବାପାଙ୍କୁ ବାସନ୍ଦ କରାଯିବା ନେଇ ଭୟଭୀତ କରାଯାଉଛି। ଗୋଟିଏ ପଟେ ଅପହୃତା ନାବାଳିକା ଝିଅର ଭବିଷ୍ୟତ ଚିନ୍ତା, ଅନ୍ୟପଟେ କୁଳରୁ ବାସନ୍ଦ ଭୟ ନେଇ ପରିବାର ଚିନ୍ତାରେ। ଏଥିନେଇ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି ନାବାଳିକାକୁ ଉଦ୍ଧାର କରିବାକୁ ଓ ପରିବାରକୁ ନ୍ୟାୟ ଦେବାକୁ ସାଧାରଣରେ ଦାବି ହେଉଛି ।
ଶୋଇଥିବା ଝିଅକୁ ଉଠାଇ ନେଲେ: ପୁଲିସ୍ ଚୁପ୍, ମାମଲା ଉଠାଇବାକୁ ବାପାଙ୍କୁ ଚାପ
/sambad/media/post_attachments/wp-content/uploads/2018/06/rape-l.jpg)