ଭଞ୍ଜନଗର: ଦଣ୍ଡନାଚ ପାଇଁ ଶଶୁର ଘରକୁ ଯାଉଥିବା ବେଳେ ହାଇୱ। ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଳାର ଭଞ୍ଜନଗର ନିକଟସ୍ଥ ନୂଆ ଗାଁ ବ୍ରିଜ ଉପରେ। ବିପରୀତ ପଟୁ ଆସୁଥିବା ଏକ ହାଇୱା ସହ ମୁହାଁମୁହିଁ ଧକ୍କା ହେବା ଫଳରେ ତାରସିଂ ଥାନା ବିଲୁଆପଡା ଗ୍ରାମର ମଦନ ନାଇକ (୨୮) ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ବିଲୁଆପଡା ଗ୍ରାମର ମଦନ ନିଜ ବାଇକରେ ଶଶୁର ଘର ବେଲଗୁଣ୍ଠାକୁ ଦଣ୍ଡନାଚ ପାଇଁ ଯାଉଥିଲେ। ଏହି ସମୟରେ ନୂଆଗାଁ ବ୍ରିଜ ଉପରେ ଏକ ହାଇୱା ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କର ଡାହାଣ ଗୋଡ଼ ସହ ୨ ହାତ ଭାଙ୍ଗିଯାଇଥିବା ଜଣାପଡିଛି। ଏଥିସହ ମୁହଁରେ ମଧ୍ୟ ଗଭୀର ଆଘାତ ଲାଗିଛି। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି