ଆଗକୁ ପରୀକ୍ଷା ଅଛି, କୋଭିଡ ହସ୍ପିଟାଲରେ ବି ଚାଲିଛି ପାଠପଢା: ଜିଲ୍ଲାପାଳ କଲେ ଭୁରି ଭୁରି ପ୍ରଶଂସା

ବ୍ରହ୍ମପୁର: ଛୋଟବେଳୁ ଚାଟାର୍ଡ ଆକାଉଣ୍ଟାଟଣ୍ଟ ହେବାର ସ୍ୱପ୍ନ ଦେଖିଥିଲେ, ଦିନରାତି ଅହରହ ପରିଶ୍ରମ କରି ପାଠ ପଢୁଥିଲେ | ଆଗକୁ ପରୀକ୍ଷା ଥିବାବେଳେ ପ୍ରସ୍ତୁତି ବି ଜୋରସୋରରେ ଚାଲିଥିଲା | କିନ୍ତୁ ମାଡିଆସିଥିଲା କରୋନା ଭୂତାଣୁ | ସଂକ୍ରମିତ ହେଲେ ଆଉ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେଲେ | ହାତରେ ଷ୍ଟିଚ ଲାଗିଛି, ଯନ୍ତ୍ରଣା ବି ହେଉଛି | କିନ୍ତୁ ଭୁଲି ପାରିନାହାଁନ୍ତି ନିଜର ଲକ୍ଷ୍ୟ | ଠିକ ସେଥିପାଇଁ ତ ମେଡିକାଲ ବେଡ଼ ରେ ବି ଚାଲିଛି ପାଠପଢା |

ମେଡ଼ିସିନ ଖାଉଛନ୍ତି, ଆଉ ବହି ଧରି ପାଠ ପଢୁଛନ୍ତି କାରଣ ଆଗକୁ ଅଛି ଚାଟାର୍ଡ ଆକାଉଣ୍ଟାଣ୍ଟର ପରୀକ୍ଷା | ଗଞ୍ଜାମ କୋଭିଡ ହସ୍ପିଟାଲରୁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକି ପ୍ରମାଣିତ କରିଛି ଯେ ଦୃଢ ମନୋବଳ ଆଉ ପାଠ ପଢ଼ିବାର ଇଛାଶକ୍ତି ସାମ୍ନାରେ ଶରୀରର ଯନ୍ତ୍ରଣା ବି ଫିକା ପଡ଼ିଯାଏ | ଲକ୍ଷ୍ୟ ହାସଲ ଆଗରେ ହାରିଯାଏ କରୋନାର କଷଣ, ପରିଶ୍ରମ ଆଗରେ ହାର ମାନିଯାଏ ମେଡିକାଲର କଷ୍ଟ | ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କୋଭିଡ ହସ୍ପିଟାଲର ପରିଦର୍ଶନ କରିବାକୁ ଯାଇଥିବାବେଳେ ହସ୍ପିଟାଲରେ ଏମିତି ଜଣେ ଛାତ୍ରଙ୍କୁ ଭେଟିଥିଲେ, ଯିଏ କି ନିଜର ସିଏ(ଚାଟାର୍ଡ ଆକାଉଣ୍ଟାଣ୍ଟ) ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ |


ଆଉ ଜିଲ୍ଲାପାଳ ତାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ ସଫଳତା କେବଳ ଏକ ସଂଯୋଗ ମାତ୍ର ନୁହେଁ | ସଫଳତା ପାଇଁ ତୁମର ସମର୍ପଣ ଥିବାର ଆବଶ୍ୟକ | ତୁମର ଏହି ସମର୍ପଣ ମନୋଭାବ ଯୋଗୁଁ ତୁମେ ତୁମର ଯନ୍ତ୍ରଣାକୁ ଭୁଲିପାରିଛ | ଏହା ପରେ ସଫଳତା କେବଳ ଏକ ଔପଚାରିକତା ହୋଇ ରହିଯାଏ |

ସମ୍ବନ୍ଧିତ ଖବର