ପୁରୁଣା ଷ୍ଟାମ୍ପ,ନୋଟ ଓ ମୁଦ୍ରାର କ୍ଷୁଦ୍ର ସଂଗ୍ରହାଳୟ ଗଢିଛନ୍ତି ସତ୍ୟକାନ୍ତ

ଭଞ୍ଜନଗର : ପୁରୁଣା ଜିନିଷ ସଂଗ୍ରହ କରି ତାକୁ ସ୍ମୃତି ଭାବେରେ ସାଇତି ରଖିବା ଅନେକ ଲୋକଙ୍କ ସଉକ ହୋଇଥାଏ। ପୁରୁଣା ଜିନିଷ ବିଷୟରେ ସଂର୍ପକରେ ଜାଣିବା ତାକୁ ନେଇ ପୂର୍ବଜ ମାନଙ୍କ ସଂର୍ପକରେ ଜ୍ଞାନ ଆହରଣ କରିବାରେ ଅନେକ ସହାୟକ ହୋଇଥାଏ। ନିଜର ବ୍ୟସ୍ତ ବହୁଳ ଜୀବନ ଭିତରେ ନିଆରା ସଉକ ପାଇଁ ସମୟ ବାହାର କରି ପୁରୁଣା ଜିନଷ ବା ବସ୍ତୁକୁ ସଂଗ୍ରହ କରିବା ବହୁତ କମ୍ ଲୋକଙ୍କ ନିକଟରେ ଦେଖାଦିଏ। ପୁରୁଣା ଜିନିଷ ସଂଗ୍ରହ କରିବା ଓ ଏହାକୁ ସାଇତି ରଖିବା ପାଇଁ ବହୁ ଧର୍ଯ୍ୟ ଓ ସାଧନାର ଆବଶ୍ୟକ ପଡିଥାଏ। ଯାହାକି ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସମସ୍ତଙ୍କ ନିକଟରେ ପୁରୁଣା ଜିନିଷକୁ ସାଇତି ରଖିବା ପାଇଁ ସମୟ ନଥାଏ। ଏଭଳି ସ୍ଥିତିରେ ମଧ୍ୟ ନିଜର ନିଆରା ସଉକ ପାଇଁ ସମୟ ବାହାର କରି ବିଭିନ୍ନ ଦେଶ ବିଦେଶର ଷ୍ଟାମ୍ପ ସଂଗ୍ରହ କରି ଏହାକୁ ଏକ ସଂଗ୍ରହାଳୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ରଘୁନାଥ ମନ୍ଦିର ସାହିର ସତ୍ୟକାନ୍ତ ପାତ୍ର। ସେ ପେଶାରେ ଜଣେ ଫାର୍ମାସିଷ୍ଟ୍ ହୋଇଥିବା ବେଦଳେ ନିଶାରେ ବିଭିନ୍ନ ଦେଶର ଷ୍ଟାମ୍ପ,ନୋଟ ଓ ମୁଦ୍ରାର ସଂଗ୍ରାହକ ।


ସତ୍ୟକାନ୍ତ ଏଭଳି ପୁରୁଣା ମୁଦ୍ରା ନୋଟ ସଂଗ୍ରହ କରିବା ପାଇଁ ତାଙ୍କ ବାପା ଦେବେନ୍ଦ୍ରଙ୍କ ଠାରୁ ପ୍ରେରଣା ପାଇଥିବା କହିଛନ୍ତି। ସତ୍ୟକାନ୍ତଙ୍କୁ ଯେତେବେଳେ ମାତ୍ର ୧୨ ବର୍ଷ ବୟସ ହୋଇଥିଲା ସେହି ସମୟରେ ବାପା କିଛି ପୁରୁଣା ମୁଦ୍ରା ରଖିଥିବା ଦେଖି ଏହା ସଂର୍ପକରେ ବାପାଙ୍କ ନିକଟରୁ ଜାଣିବାକୁ ଚାହିଁଥିଲେ। ପୁରୁଣା ମୁଦ୍ରା ଅଚଳ ହୋଇ ପଡିଥିବା ବେଳେ ତାକୁ ସେ ସ୍ମୃତି ଭାବେ ରଖିଥିବା ପ୍ରକାଶ କରିଥିଲେ। ତା ପରଠାରୁ ସତ୍ୟ ମୁଦ୍ରା ସଂଗ୍ରହ କରିବା ପାଇଁ ଲାଗି ପଡିଥିଲେ। କିନ୍ତୁ ଛୋଟ ବୟସରେ ଅର୍ଥ ଅଭାବ ସହ ପୁରୁଣା ମୁଦ୍ରା ସଂଗ୍ରହ କରିବା ତାଙ୍କ ପକ୍ଷରେ ସମ୍ଭବପର ନଥିଲା। ଏହାପରେ ଘର ନିକଟରେ ଥିବା ଏକ ମିଶନ ସ୍କୁଲକୁ ସ୍ପେନ୍ର ଚିଠି ଆସୁଥିବା ସେ ଦେଖିଥିିଲେ। ସେଠାରୁ ସେ ଚିଠି ଉପରୁ ଷ୍ଟାମ୍ପ ବାହାର କରି ସଂଗ୍ରହ କରିବା ଆରମ୍ଭ କରିଲେ। ସେହି ସମୟ ଠାରୁ ସେ ଦେଶ ବିଦେଶର ବିଭିନ୍ନ ପ୍ରକାରର ଷ୍ଟାମ୍ପ ସଂଗ୍ରହ କରିବା ସହ ମୁଦ୍ରା ଓ ନୋଟ ସଂଗ୍ରହ ଅଦ୍ୟାବଧି ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ଭାରତ ସମେତ ପ୍ରାୟ ୭୦ ଟି ଦେଶର ୮ ହଜାର ପାଖାପାଖି ଷ୍ଟାମ୍ପ ସଂଗ୍ରହ କରିସାରିଥିବା ବେଳେ ୧୮ ଟି ଦେଶର ୫୦-୬୦ ଟି ନୋଟ ଏବଂ ୪୦୦ ମୁଦ୍ରା ସଂଗ୍ରହ କରିଛନ୍ତି। ତାଙ୍କର ଷ୍ଟାମ୍ପ ସଂଗ୍ରହରେ ଭାରତ ଡାକ ବିଭାଗ ଦ୍ବାର ପ୍ରଚଳିତ ବିଭିନ୍ନ ବିଷୟବସ୍ତୁ ଭିତ୍ତିକ ଷ୍ଟାମ୍ପ ରହିଥିବା ବେଳେ ବହୁ ପୁରାତନ ନୋଟ ଓ ମୁଦ୍ରା ରହିଛି। ଜାଲିଆନାବାଗ୍ ହତ୍ୟାକାଣ୍ଡ,ମହାତ୍ମା ଗାନ୍ଧୀଙ୍କ ‘କରେଙ୍ଗେୁ ୟା ମରେଙ୍ଗେର’ ସହ ସନ୍ମୁନ୍ ଭଳି ବିଭିନ୍ନ ବିରଳ ଷ୍ଟାମ୍ପ ସେ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି । ତାଙ୍କ ସଂଗ୍ରହରେ ସବୁଠାରୁ ପୁରୁଣା ମୁଦ୍ରାରେ ଖ୍ରୀଷ୍ଟ ପୂର୍ବ ୨୦୦ର ଏକ ମୁଦ୍ରା ରହିଥିବାଷ ବେଳେ ମୋତଗଲ ସାମ୍ରାଜ୍ୟ ସମୟରେ ପ୍ରଚଳିତ ତମ୍ବା ମୁଦ୍ରା ରହିଥିବା ସତ୍ୟକାନ୍ତ କହିଛନ୍ତି। ଦେଶ ସ୍ବାଧିନ ପୂର୍ବରୁ ବ୍ୟବହାର ହେଉଥିବା ବହୁ ମୁଦ୍ରାକୁ ସେ ସାଇତି ରଖିବା ସହ ତାହାର ବିଷୟରେ ତଥ୍ୟ ମଧ୍ୟ ସଂଗ୍ରହ କରି ରଖିଛନ୍ତି। ପୁରାତନ ଷ୍ଟାମ୍,ନୋଟ ମୁଦ୍ରା ସଂଗ୍ରହ କରିବା ନିଶା କେବେ ଏକ ମିନି ସଂଗ୍ରହାଳୟରେ ପରିଣତ ହୋଇ ଯାଇଛଇ ସେ ନିଜେ ମଧ୍ୟ ଜାଣି ପାରି ନଥିବା ପ୍ରକାଶ କରିଛନ୍ତି। ଏଭଳି ପୁରୁଣା ଜିନିଷ ସଂଗ୍ରହ କରିବା ସମୟରେ ସେ ଆମ ଇତିହାସ ଓ ଦେଶ ବିଦେଶର ଅନେକ ଲୁକାୟିତ ବିଷୟ ଜାଣିବାକୁ ପାଇଥିବା କହିଛନ୍ତି। ଏହି ସବୁ ପୁରାତନ ଜିନଷ ଆମ ମାନବ ସମାଜ ଇତିହାସର ଦର୍ପଣ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସତ୍ୟକାନ୍ତ କହିଛନ୍ତି। ସେ ଭାରତ ସମେତ ହଂକଂ,ସାଉଦି ଆରବ,ଇଣ୍ଡୋନେସିଆ, ତାଞ୍ଜାନିଆ,ଓମାନ, ଭିଏତନାମା, ନ୍ୟୁଜିଲ୍ୟାଣ୍ଡ୍, ଗୁଇନିଆ,ଭୁଟାନ, ସ୍ପେନ୍, କଙ୍ଗୋ,ମୋଙ୍ଗରିଆ, ଗ୍ରୀନଲ୍ୟାଣ୍ଡ୍,ଡେନ୍ମାର୍କ,ଚେକୋସ୍ଲୋଭାକିଆ,କାନାଡ଼ା,ଫିଲିପାଇନ୍ସ୍,ଆମେରିକା,ବୁଲ୍ଗେବରିଆ ଏବଂ ଅଷ୍ଟ୍ରିଆ ଭଳି ଅନେକ ଦେଶର ଷ୍ଟାମ୍ପ ନୋଟ୍ ଏବଂ ମୁଦ୍ରା ସଂଗ୍ରହ କରିବା ରେ ସେ ସଫଳ ହୋଇ ପାରିଛନ୍ତି। ନିଜର ଦୃଢ ଇଚ୍ଛାଶକ୍ତି ଫଳରେ ଏଭଳି ଏକ ନିଆରା ସଂଗ୍ରହାଳୟ ତିଆରି କରିବାରେ ସଫଳ ହୋଇପାରିଛନ୍ତି। ସେ ଗତ ୨୦୦୪ ମସିହାରେ ଭାରତୀୟ ଡାକ ବିଭାଗ ପକ୍ଷରୁ ବ୍ରହ୍ମପୁରରେ ଆୟୋଜିତ ପ୍ରଦର୍ଶନୀରେ ତାଙ୍କର ସଂଗ୍ରହୃତି ଷ୍ଟାାମ୍ପ ଗୁଡ଼ିକୁ ପ୍ରଦର୍ଶିତ କରିବାକୁ ସୁଯୋଗ ପାଇଥିଲେ। ତାଙ୍କୁ ଅଧିକ ପ୍ରୋତ୍ସାହନ ମିଳିଳେ ଏହି ସଂଗ୍ରହକୁ ନିଜ ଘର ଭିତରେ ସୀମିତ ନରଖି ବହୁ ଛାତ୍ରଛାତ୍ରୀ ପିଲା ମାନଙ୍କୁ ଦେଖାଇ ସେମାନଙ୍କୁ ମଧ୍ୟ ଏହାରି ମାଧ୍ୟମରେ ଇତିହାସକୁ ଦେଖିବାର ସୁଯୋଗ ଦେଇ ପାରନ୍ତେ ବୋଲି ସତ୍ୟକାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର