ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଛାତ୍ର ସଂସଦ ନିର୍ବାଚନ ବାତିଲ କରିବାକୁ କୁଳପତି ନେଲେ ନିଷ୍ପତ୍ତି

ବ୍ରହ୍ମପୁର/ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର ସର୍ବବୃହତ୍ତ ଶିକ୍ଷାନୁଷ୍ଠାନ ‘ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ’ରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ବାତିଲ କରି ଦିଆଯାଇଛି। ଭଞ୍ଜବିହାର ପରସରରେ ଛାତ୍ର ଉତ୍ତେଜନା ଦେଖାଯିବାରୁ ନିର୍ବାଚନ ବାତିଲ କରିବାକୁ କୁଳପତି ରାଜେନ୍ଦ୍ର ପ୍ରସାଦ ଦାସ ନିଷ୍ପତ୍ତି ନେଇଛନ୍ତି। ପ୍ରାର୍ଥୀ ନାମାଙ୍କନ ପତ୍ର ଖାରଜ ହେବା ପରେ କିଛି ଛାତ୍ର ଗଣ୍ଡଗୋଳ କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନକୁ ବାତିଲ କରି ଦିଆଯାଇଛି।

ସୂଚନାଯୋଗ୍ୟ ଉତ୍ତେଜନା ଓ ହିଂସାକୁ ଦୃଷ୍ଟିରେ ରଖି ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶୁକ୍ରବାର ବାତିଲ ହୋଇଛି। ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ଆଜି ‘ସାଇନ୍‌-ଏ-ଡାଏ’-ଘୋଷଣା କରିଛନ୍ତି।

ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀଧର ମିଶ୍ର କହିଛନ୍ତି, ନିର୍ବାଚନ ବାତିଲ କରିବାର ପୂର୍ବରୁ ଆଜି କର୍ମଚାରୀ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିସ୍ତତ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର