ବ୍ରହ୍ମପୁର: ବ୍ରହ୍ମପୁର ଏସଡିଜେଏମ କୋର୍ଟ ଭିତରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ଆଜି ଜଣେ ମହିଳା ହଠାତ କୋର୍ଟକୁ ଆସି ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। କୋର୍ଟରେ ଥିବା ପୁଲିସ କର୍ମଚାରୀ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ଉଦ୍ଧାର ହୋଇଥିବା ମହିଳାଙ୍କୁ ବୈଦ୍ୟନାଥପୁର ଥାନାରେ ରଖାଯାଇଛି। ମହିଳା କେଉଁ କାରଣରୁ ଏଭଳି କଲେ ତାହା ସ୍ପଷ୍ଟ ହୋଇନାହିଁ। ବୈଦ୍ୟନାଥପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି।