ବିଲ୍‌ଡର୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର : ସୁପାରି ଦେଇଥିଲେ ରାଜନେତା!

ଜିତୁ ଧରା ପଡ଼ିଲେ ଖୋଲିବ ମୁଖା

ବ୍ରହ୍ମପୁର : ବ୍ରହ୍ମପୁର ସହରର ଜଣେ ଜଣାଶୁଣା ବିଲଡର୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର ଘଟଣା ଏବେ ବିଲ୍‌ଡର୍‌ ମହଲରେ ଆତଙ୍କ ଖେଳାଇ ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ ହେଲା, ଏହି ଘଟଣାରେ ସୁପାରିଦାତା ଜଣେ ଜଣାଶୁଣା ରାଜନେତା ବୋଲି ଗିରଫ ଅପରାଧୀଙ୍କୁ ଜେରା ବେଳେ ପୁଲିସ ଜାଣିବାକୁ ପାଇଛି। ଏହା ପରେ ପୁଣି ଥରେ ରାଜନେତା-ଅପରାଧୀ ଲିଙ୍କ୍‌ ସାମ୍ନାକୁ ଆସିଛି। ‘ଅପରେସନ୍‌ କ୍ରିମିନାଲ୍‌ କ୍ଲିନ୍‌’ ଅଭିଯାନ ଚଳାଇ ଗଞ୍ଜାମ ପୁଲିସ ଅପରାଧୀଙ୍କୁ ଦୃଢ଼ ହସ୍ତରେ ଦମନ କରୁଥିବା ସତ୍ୱେ ଜେଲ୍‌ ଫେରନ୍ତା ଅପରାଧୀଙ୍କୁ ସୁପାରି ଦେଇ ଶତ୍ରୁଙ୍କୁ ରାସ୍ତାରୁ ହଟାଇବାକୁ ଗୋଟିଏ ପରେ ଗୋଟିଏ ଯୋଜନା ପୁଲସର ମୁଣ୍ଡ ଘୂରାଇ ଦେଇଚି। କିଛିଦିନ ତଳେ ଝାଡ଼ଖଣ୍ଡୀ କିଲର୍‌ ବବ୍‌ଲୁକୁ ସୁପାରି ଦେଇ ଆସିକା ଜେଲ୍‌ରେ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ କୋର୍ଟରେ ହାଜର ବେଳେ ହତ୍ୟା କରିବା ପାଇଁ ହୋଇଥିବା ଯୋଜନାକୁ ପୁଲିସ ପଣ୍ଡ କରିଥିଲା। ଏହି ଘଟଣାରେ ପୁଲିସ ଆସିକା ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟ ପୋଲାଇଙ୍କୁ ଗିରଫ କରିଥିଲା। ଏବେ ବ୍ରହ୍ମପୁରରେ ବିଲ୍‌ଡର୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର ପାଇଁ ସୁପାରି ପଛରେ ମଧ୍ୟ ଜଣେ ନିର୍ଦ୍ଦିଷ୍ଟ ରାଜନେତାଙ୍କ ସଂପୃକ୍ତି ଥିବା ନେଇ ପୁଲିସ ସୁରାକ୍‌ ପାଇଛି।

ସମ୍ବନ୍ଧିତ ଖବର