ରାନୁ ମଣ୍ଡଳଙ୍କୁ ମାତ ଦେବେ କି ଓଡ଼ିଶାର ଏହି ସ୍କୁଲ ପିଲା !

କୁନି କଣ୍ଠରେ ସ୍ବର୍ଗୀୟ ସଙ୍ଗୀତ

ଭୁବନେଶ୍ୱର: ଆପଣ ଏବେକାର ସୋସିଆଲ ମିଡ଼ିଆ ସେନ୍ସେସନ ରାନୁ ମଣ୍ଡଳଙ୍କୁ ଶୁଣିଥିବେ, କିନ୍ତୁ କୁନି କଣ୍ଠରେ ସ୍ୱାଗତ ସଙ୍ଗୀତର ବର୍ଷାରେ କେବେ ଭିଜିଛନ୍ତି କି ? ଯଦି ଆପଣ ଏହି ସ୍କୁଲକୁ କେବେ ଯିବେ ନିଶ୍ଚିତ ଅନୁଭବ କରିବେ ଯେ ଏହି କୁନି କଣ୍ଠରେ କେତେ ଯାଦୁ ଥାଏ | କୁନି ପିଲାଙ୍କ କୋମଳ ସ୍ୱର ଆପଣଙ୍କୁ କେବଳ ବାନ୍ଧି ଦେବନି ବରଂ ଅନୁଭବ କରାଇବ ମୋବାଇଲରେ ଗୀତ ଶୁଣିବା ଅପେକ୍ଷା ଲାଇଭ ଗୀତ ଶୁଣିବା କେତେ ଫରକ ଥାଏ |

ଗଂଜାମ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟର ଏହି ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ କେବଳ ଗୀତ ଗାଇନଥିଲେ ବରଂ ହାର୍ମୋନିୟମ ଓ ତବଲା ନିଜେ ବଜାଇ ଉପସ୍ଥିତ ଅତିଥିଙ୍କୁ ସ୍ୱାଗତ କରିଥିଲେ | ହାର୍ମୋନିୟମ ଛାତ୍ର ତ୍ରିପତି ବଜାଉଥିବାବେଳେ ତବଲା ବଜାଉଥିଲେ ଆୟୁଷ୍ମାନ | ସେହିପରି ଅର୍ପିତା, ଅମିସ୍କା, ପ୍ରଜ୍ଞାନୀ, ସ୍ନେହାଶ୍ରୀ, ଦୀପଶୀଖା ଓ ସ୍ନେହାସ୍ତୁତିଙ୍କ ସୁଲଳିତ କଣ୍ଠ ସମସ୍ତଙ୍କୁ ପ୍ରଭାବିତ କରିଥିଲା |


ସଙ୍ଗୀତର ସାତ ସ୍ୱରକୁ ଭଲ ଭାବେ ବୁଝିନଥିବା ଏହି ଛାତ୍ରୀମାନେ କିନ୍ତୁ ପ୍ରମାଣ କରିଛନ୍ତି, ସୁଯୋଗ ପାଇଲେ ଏମାନେ ବି ଚମକାଇଦେବେ | ହୁଏତ ଏମାନେ ବଲିଉଡ ସିଙ୍ଗର ନୁହନ୍ତି କିନ୍ତୁ ଭବିଷ୍ୟତରେ ଏହି ବଣମଲ୍ଲୀମାନେ ନିଶ୍ଚିତ ଓଡିଶାକୁ ଗର୍ବିତ କରାଇବେ |

 

ସମ୍ବନ୍ଧିତ ଖବର