ଦକ୍ଷିଣ ଓଡ଼ିଶାର ରହିଛି ୧୫ଟି ଦୀର୍ଘମିଆଦୀ ପ୍ରକଳ୍ପ, ୫୭ଟି ବୈଠକ ସ୍ଥାନରେ ହୋଇଛି ମାତ୍ର ୧୫

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଗ˚ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ତି ଓ ନୂଆପଡ଼ା ଭଳି ୧୦ଟି ଜିଲ୍ଲାକୁ ନେଇ ଦକ୍ଷିଣାଞ୍ଚଳ ରାଜସ୍ବ ମଣ୍ତଳ ଗଠନ ହୋଇଛି। ଏହି ୧୦ଟି ଜିଲ୍ଲା ଅଧୀନରେ ୧୫ଟି ଦୀର୍ଘମିଆଦି ପ୍ରକଳ୍ପ କାର୍ଯ୍ୟ କରୁଛି। ଏଥିମଧୢରୁ କିଛି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଥିବାବେଳେ କିଛି ପ୍ରକଳ୍ପର କାର୍ଯ୍ୟ ପ୍ରାରମ୍ଭିକ ସ୍ତରରେ ରହିଛି। ମାତ୍ର, ୫୭ଟି ବୈଠକ ସ୍ଥାନରେ ହୋଇଛି ମାତ୍ର ୧୫ଟି ଆର୍‌ପିଡିଏସି ବୈଠକ ବସିଛି। ।

ଏଭଳି ପ୍ରକଳ୍ପ ପାଇଁ ପ୍ରଶାସନ, ପ୍ରକଳ୍ପ କର୍ତ୍ତୃପକ୍ଷ ଓ ସଂପୃକ୍ତ ଅଞ୍ଚଳବାସୀଙ୍କୁ ସମୟ ବ୍ୟବଧାନରେ ଆର୍‌ପିଡିଏସି(ପୁର୍ନବାସ ଓ ପାରିପାର୍ଶ୍ବିକ ବିକାଶ ପରାମର୍ଶଦାତା କମିଟି) ପକ୍ଷରୁ ଆଲୋଚନା କରାଯାଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥାଏ। ଏହି ବୈଠକ ପ୍ରତିବର୍ଷ ହେଉ ଅବା ସରକାରୀ ନିର୍ଦ୍ଧାରିତ ସମୟରେ ବସି ପ୍ରକଳ୍ପ ଅଞ୍ଚଳର ପାରିପାର୍ଶ୍ବିକ ବିକାଶ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ୟା ଏବଂ ଏହାର ସମାଧାନ ଉପରେ ଗୁରୁତ୍ବ ଦିଆଯାଇଥାଏ। ମାତ୍ର, ଆର୍‌ପିଡିଏସି ବୈଠକ ହୋଇପାରିନଥିବା ଯୋଗୁଁ ଉକ୍ତ ପ୍ରକଳ୍ପର ପାରିପାର୍ଶ୍ବିକ ବିକାଶ ହେଉ ଅବା ଲୋକଙ୍କ ସମସ୍ୟା ସଂପର୍କରେ ଆଲୋଚନା ହୋଇପାରିନାହିଁ।

bedouintravels.com

ଦକ୍ଷିଣ ଓଡ଼ିଶାର ୧୫ଟି ଦୀର୍ଘମିଆଦୀ ପ୍ରକଳ୍ପ ପାଇଁ ସରକାରୀ ନିୟମାନୁଯାୟୀ ୫୭ଟି ବୈଠକ ହେବାକୁ ଥିବା ବେଳେ ମାତ୍ର ୧୫ଟି ବୈଠକ ହୋଇଥିବା ଜଣାଯାଇଛି। ଦୀର୍ଘମିଆଦୀ ପ୍ରକଳ୍ପ ମଧ୍ୟରେ ଗଂଜାମ ଜିଲ୍ଲାରେ ୫ଟି ପ୍ରକଳ୍ପ ରହିଥିବା ବେଳେ କୋରାପୁଟର ୪ଟି, ରାୟଗଡ଼ାର ୨ଟି, ଗଜପତିର ଗୋଟିଏ, କଳାହାଣ୍ତିର ୨ ଓ ଭବାନୀପାଟଣାର ଗୋଟିଏ ପ୍ରକଳ୍ପ ରହିଛି। କୋରାପୁଟ ଦାମନଯୋଡି ଠାରେ କାର୍ଯ୍ୟକ୍ଷମ ଥିବା ନାଲ୍‌କୋ ପାଇଁ ସର୍ବାଧିକ ୯ଟି ବୈଠକ ବସିବା ପାଇଁ ସରକାରୀ ଭାବେ ସ୍ଥିରୀକୃତ ହୋଇଥିବା ସ୍ଥଳେ ମାତ୍ର ୨ଟି ବୈଠକ ବସିଥିବା ଜଣାପଡ଼ିଛି। ସେହିପରି କଳାହାଣ୍ତି ଓ ରାୟଗଡାରେ କାର୍ଯ୍ୟକ୍ଷମ ଥିବା ବେଦାନ୍ତ ଆଲୁମିନା ପ୍ରକଳ୍ପ ପାଇଁ ୮ଟି ବୈଠକ ହେବାକୁ ଥିବାବେଳେ ୨ଟି ବୈଠକ ହୋଇଛି। କଳାହାଣ୍ତିର ଆର୍‌ଇଟି ଜଳଭଣ୍ତାର ପ୍ରକଳ୍ପ ପାଇଁ ୭ଟି ବୈଠକରୁ ମାତ୍ର ଗୋଟିଏ ବୈଠକ ହୋଇଛି। ସେଭଳି ରାୟଗଡାର ଉତ୍କଳ ଆଲୁମିନା ପାଇଁ ୫ଟି ସ୍ଥାନରେ ଗୋଟିଏ, କୋରାପୁଟର ତେଲେଙ୍ଗିର ଜଳଭଣ୍ତାର ପାଇଁ ୫ଟି ସ୍ଥଳେ ଗୋଟିଏ, ନୂଆପଡ଼ା ଓ ବଲାଙ୍ଗିର ଲୋୟର ଇନ୍ଦ୍ର ଜଳଭଣ୍ତାର ପ୍ରକଳ୍ପ ପାଇଁ ୪ଟି ସ୍ଥଳେ ଗୋଟିଏ, ଗଜପତି ଛେଳିଗଡ଼ ଜଳଭଣ୍ତାର ପ୍ରକଳ୍ପ ପାଇଁ ୪ଟି ବୈଠକରୁ ଗୋଟିଏ, ରାୟଗଡା ଓ କୋରାପୁଟ ଜିଲ୍ଲାରେ ଥିବା ଆଦିତ୍ୟ ଆଲୁମିନା ପାଇଁ ୩ଟି ବୈଠକ ସ୍ଥାନରେ ଗୋଟିଏ, କୋରାପୁଟର ମାଳିପର୍ବତ ଖଣିପ୍ରକଳ୍ପ ପାଇଁ ୩ରୁ ଗୋଟିଏ ମଧୢ ବୈଠକ ହୋଇନଥିବା ଜଣାଯାଇଛି।

ଗ˚ଜାମ ଜିଲ୍ଲାର ଘଟକେଶ୍ବର ବହୁମୁଖୀ ପ୍ରକଳ୍ପ ପାଇଁ ୨ବୈଠକ ସ୍ଥାନରେ ଗୋଟିଏ, ଗୋପାଳପୁର ଟାଟା ଷ୍ଟିଲ୍‌ ପାଇଁ ୨ରୁ ଗୋଟିଏ, ବିଶ୍ବବ୍ୟାଙ୍କ ସହାୟତାରେ ଗ˚ଜାମ ଜିଲ୍ଲାର ବ୍ରହ୍ମପୁର ଠାରୁ ତପ୍ତପାଣି ରାସ୍ତା ପ୍ରକଳ୍ପ ପାଇଁ ୨ରୁ ଗୋଟିଏ, ବାଘଲଟି ଜଳଭଣ୍ତାର ପ୍ରକଳ୍ପ ଓ ଆଇଆର୍‌ଇ ପାଇଁ ଗୋଟିଏ ଲେଖାଏଁ ବୈଠକ ହୋଇଛି। ଆର୍‌ପିଡିଏସି ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିବା ସହ ପାରିପାର୍ଶ୍ବିକ ବିକାଶ ଓ ଲୋକଙ୍କ ସମସ୍ୟାର ସମାଧାନ ହେଉଥିବାରୁ ଏହାକୁ ଅଣଦେଖା କରାଯିବା ଫଳରେ କେବଳ ଯେ ପାରିପାର୍ଶ୍ବିକ ବିକାଶ ନୁହଁ ବରଂ ଲୋକଙ୍କ ସମସ୍ୟା ବି ସମାଧାନ ହୋଇପାରୁନାହିଁ।

ସମ୍ବନ୍ଧିତ ଖବର