ଛତ୍ରପୁର: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଥିବା ଜଣାଯାଇଛି। ଚୋରି କରିବା ଅଭିଯୋଗରେ ୧୦ ଜଣ ଚୋର ଓ ୫ଜଣ ରିସିଭରଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଏଣେ ଚୋରି ହୋଇଥିବା ୬ କେଜି ୫୦୧ ଗ୍ରାମ ସୁନା ବି ପୁଲିସ୍ ଜବତ କରିଛି। ଏନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସ ୧୨ ତାରିଖ ବିଳମ୍ବିତ ରାତିରେ ସୁନା ବ୍ୟବସାୟୀ ସୁରେନ୍ଦ୍ର ନାଥ ନାୟକଙ୍କ ଘରୁ ୬ କେଜି ୫୦୧ ଗ୍ରାମ ସୁନା ଚୋରି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/arr.jpg)