ସୁନା ବ୍ୟବସାୟୀଙ୍କ ଘରୁ ଲୁଟ ଘଟଣାରେ ୧୦ ଚୋର ଗିରଫ, ୬ କେଜି ୫୦୧ ଗ୍ରାମ ସୁନା ଜବତ

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଥିବା ଜଣାଯାଇଛି। ଚୋରି କରିବା ଅଭିଯୋଗରେ ୧୦ ଜଣ ଚୋର ଓ ୫ଜଣ ରିସିଭରଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଏଣେ ଚୋରି ହୋଇଥିବା ୬ କେଜି ୫୦୧ ଗ୍ରାମ ସୁନା ବି ପୁଲିସ୍ ଜବତ କରିଛି। ଏନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସ ୧୨ ତାରିଖ ବିଳମ୍ବିତ ରାତିରେ ସୁନା ବ୍ୟବସାୟୀ ସୁରେନ୍ଦ୍ର ନାଥ ନାୟକଙ୍କ ଘରୁ ୬ କେଜି ୫୦୧ ଗ୍ରାମ ସୁନା ଚୋରି ହୋଇଥିଲା।

ସମ୍ବନ୍ଧିତ ଖବର

Comments are closed.