ବାର୍‌ହା ଫାଶରେ ଦନ୍ତା ମୃତ

୩ ଗିରଫ, ବିଦ୍ୟୁତ ସରଞ୍ଜାମ ଜବତ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ମାଣିତରା ବିଟ୍‌ ଦିଗରି ଜଙ୍ଗଲରେ ପଡ଼ିଥିବା ଏକ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଜବତ କରିଛି। ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ହାତୀଟିର ମୃତ୍ୟୁ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି। ଘଟଣାରେ ବନବିଭାଗ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ହେଲେ ତାମ୍ବିରି ଗ୍ରାମର ନାରାୟଣ ନାଇକ, ଦିଗିରି ଗ୍ରାମର ଜଳନ୍ଧର ନାୟକ ଓ ଶତ୍ରୁଘନ ନାୟକ। ସେମାନଙ୍କ ଠାରୁ ବନବିଭାଗ ଶିକାର ପାଇଁ ବ୍ୟବହୃତ ବିଦ୍ୟୁତ ତାର ଓ ସରଞ୍ଜାମ ମଧ୍ୟ ଜବତ କରିଛି। ଅଭିଯୁକ୍ତମାନେ ହାତୀର ମୃତ ଦେହକୁ ଜଙ୍ଗଲ ମଧ୍ୟରେ ଡାଳପତ୍ର ଘୋଡ଼ାଇ ରଖିଥିଲେ। ତେବେ ପଚା ଦୁର୍ଗନ୍ଧ ଚାରିଆଡ଼େ ବ୍ୟାପିବାରୁ ଗତ କାଲି ସନ୍ଧ୍ୟାରେ ଆଖପାଖ ଅଞ୍ଚଳ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଫରେଷ୍ଟର ହରିଓମ ଦାଶ ଘଟଣାସ୍ଥଳକୁ ଯାଇ ତଲାସ କରିବା ପରେ ମୃତ ହାତୀ ଠାବ କରିଥିଲେ।

ସମ୍ବନ୍ଧିତ ଖବର