ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର ଲାଢ଼ିଗାଁ ଛକରେ ଆଜି ମଧ୍ୟାହ୍ନରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଓ ଅନ୍ୟ ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ମୃତକ ହେଲେ ସିଦ୍ଧେଶ୍ବର ଗ୍ରାମର ଅଭିମନ୍ୟୁ ବିଷୋୟୀ ଓ ଗୁରୁତର ହେଲେ ଅଭିମନ୍ୟୁଙ୍କ ପୁଅ ହେରମ୍ବ ଓ ବାସୁଦେବପୁରର ପି. କ୍ଷୀରୋଦ।

Advertisment

ସୂଚନା ପ୍ରକାରେ, ଅଭିମନ୍ୟୁ ତାଙ୍କ ପୁଅ ସହ ନିଜ ପଲସର ବାଇକରେ କୌଣସି କାମରେ ଦିଗପହଣ୍ଡି ଯାଇ ସେଠାରୁ ନିଜ ଗ୍ରାମ ସିଦ୍ଧେଶ୍ବର ଫେରୁଥିବା ବେଳେ ଲାଢ଼ିଗାଁ ଛକରେ ସାମନାରୁ ଆସୁଥିବା କ୍ଷୀରୋଦଙ୍କ ହୁଣ୍ଡା ସାଇନ ବାଇକ(ଓଡ଼ି ୦୭ଏପି୪୧୮୦) ସହ ଜୋରରେ ଧକ୍କା ହୋଇଥିଲେ। ଘଟଣାସ୍ଥଳରେ ୨ ଟି ଯାକ ବାଇକ୍ ଛିଟିକି ପଡ଼ିଥିବା ବେଳେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ଅଭିମନ୍ୟୁଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ୨ଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ସେଠାରେ ହେରମ୍ବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଦିଗପହଣ୍ଡି ପୁଲିସ କେସ୍ ନମ୍ବର ୧୩୧ ରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି।