ଚିକିଟି: ରୋଷେଇ ଗ୍ୟାସ୍‌ ସିଲିଣ୍ଡରରୁ ଅଗ୍ନିକାଣ୍ଡ ସୃଷ୍ଟି ହୋଇ ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଗଂଜାମ ଜିଲ୍ଲା ଚିକିଟି ବ୍ଲକ ଅଧୀନ କୁତୁରୁ ପଞ୍ଚାୟତର ଅନ୍ତର୍ଗତ ଚନ୍ଦନବାଡ଼ ଗ୍ରାମରେ ଆଜି ଏହି ଅଘଟଣ ଘଟିଛି। ଗୁରୁତର ମହିଳାମାନେ ହେଲେ ହେମଲତା ବେହେରା ଓ ରେବତୀ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment

ଗଞ୍ଜାମ ଜ଼ିଲ୍ଲା ଚିକିଟି ବ୍ଲକ କତୁରୁ ପଂଚାୟତ ଅନ୍ତର୍ଗତ ବଡ଼ ଚନ୍ଦନବାଡ଼ ଗ୍ରାମର ରେବତୀ (୩୫) ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ୍‌ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟିଥିଲା। ଏହି ନିଆଁରେ ହେମଲତା ବେହେରା ଏବଂ ରେବତୀ ସମ୍ପୂର୍ଣ ପୋଡ଼ି ଯାଇଥିଲେl ରିପୋର୍ଟ ଲେଖାଯିବା ବେଳକୁ ଉଭୟଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛିl

ଲୋକଙ୍କର କହିବା ଅନୁସାରେ ଗ୍ରାମର ହେମଲତା ବେହେରା କୌଣସି କାମରେ ରେବତୀ ଘରକୁ ଯାଇଥିଲେl ରୋଷେଇ ଘରେ ବସି ରେବତୀ ଏବଂ ହେମଲତା କଥା ହେଉଥିବା ବେଳେ ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ହଠାତ ଲୁଗାରେ ନିଆଁ ଲାଗିଥିଲା। ଉଭୟ ପୋଡ଼ି ଚିତ୍କାର କରିଥିଲେ। ଏମାନଙ୍କର ଚିତ୍କାର ଶୁଣି ପରିବାର ଓ ସାହିପଡ଼ିଶାର ଲୋକେ ଆସି ଉଦ୍ଧାର କରିଥିଲେ। ଏନେଇ ଅଗ୍ନିଶମ ଓ ପୁଲିସକୁ ସୂଚନା ଦିଆଯାଇଥିଲା। ଉଭୟ ଗୁରୁତରଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏମ୍‌ସ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। 

ganjam

ରିପୋର୍ଟ: ବିଭୂଧେନ୍ଦ୍ର ପାଢ଼ୀ