ଅବକାରୀ ଧରପଗଡ଼: ୩ ଗିରଫ

ଭଂଜନଗର: ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ପ୍ରଶାନ୍ତ କଁହର ଓ ଭଂଜନଗର ଏସ୍‌ଆଇ ପାର୍ଥସାରଥୀ ରାଉତଙ୍କ ନେତୃତ୍ୱରେ ଭଂଜନଗର ଥାନାର ମୁଜାଗଡ, ବିରିକୋଟ ଓ ଗାଙ୍ଗପୁର ଥାନାର କ୍ଷତ୍ରିୟବରପୁର, ପାଇଲିପଡା, ଆମ୍ବଦୋଳା, ବଡବୋରିସିଙ୍ଗି ଓ କୁଲାଙ୍ଗୀ ଆଦି ଗାଁରେ ଚଢଉ କରାଯାଇଛି। ସୀରୀ ନାୟକ, ଯମୁନା ନାୟକ ଓ ସନ୍ତୋଷ ସାହୁଙ୍କ ଠାରୁ ମଦ ଜବତ କରାଯିବା ସହ ସେମାନଙ୍କୁ ଗିରଫ କରାଯାଇଛି । ଭ୍ରାମ୍ୟମାଣ ଏସଆଇ ଦୁଯ୍ୟେର୍ାଧନ ଦିଗାଲ, ଏଏସଆଇ ସ୍ମିତା ପଣ୍ଡା, ମଧୁସୂଦନ ଜାନୀ, ଜି.ଭୀମା, ସନାତନ ନାହାକ, ଶିବ ଶଙ୍କର ଜେନା, କେ.ହେମାବତୀ ରେଡ୍ଡୀ ଓ ସନ୍ତୋଷ ପାଢ଼ୀ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର