ବ୍ରହ୍ମପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲାସ୍ଥିତ ବାଲୁଗାଁର ଚିଲିକା ୱାଇଲ୍ଡ ଲାଇଫ୍ ଡିଭିଜନ୍ର ଜୁନିଅର୍ ଆକାଉଣ୍ଟାଣ୍ଟ୍ ନବୀନ ଚନ୍ଦ୍ର ବିଶୋଇଙ୍କ ଘର ସହ ଜଡ଼ିତ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ହୋଇଛି। ବ୍ରହ୍ମପୁର ତୃତୀୟ ଲେନ୍ର ନୀଳାଚଳ ନଗରରେ ଥିବା ତାଙ୍କ ୩ ମହଲା ବିଶିଷ୍ଟ ବାସଭବନ, ତାଙ୍କ ଅଫିସ୍ ଚାମ୍ବର ଓ ଚିଲିକାରେ ଥିବା ତାଙ୍କ ଫରେଷ୍ଟ ରେଷ୍ଟ୍ ହାଉସ୍ରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ରହିଛି।
/sambad/media/post_attachments/wp-content/uploads/2020/11/763c345b-0c7b-4d3b-b3d3-b75815e14e53-225x300.jpg)
ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଥିବା ସନ୍ଦେହରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ୱାଇଲ୍ଡ ଲାଇଫ୍ ଡିଭିଜନ୍ର ଜୁନିଅର୍ ଆକାଉଣ୍ଟାଣ୍ଟ୍ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କର ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ବ୍ରହ୍ମପୁରର କାମପାଲିସ୍ଥିତ ନୃସିଂହ ମନ୍ଦିିର ସାହିର ୩ ମହଲା ବିଶିଷ୍ଟ ଘର, ବ୍ରହ୍ପପୁରରେ ଥିବା ୩ ମହଲା ବିଶିଷ୍ଟ ବାସଭବନ, ବ୍ରହ୍ମପୁରର ଅଙ୍କୁଲି ମୌଜାରେ ଥିବା ଏସିଆନ୍ ଆପ୍ର୍ଟମେଣ୍ଟ୍ ଫ୍ଲାଟ୍ରେ ଏବଂ ବ୍ରହ୍ମପୁରରେ ଥିବା ତାଙ୍କ ଅଫିସ୍ ଚାମ୍ବରରେ ଚଢ଼ଉ ହୋଇଥିବା ଜାଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/abac26b3-7569-4e36-b3fa-1e0001c60aef.jpg)