ଧରାକୋଟ: ପାରିବାରିକ କଳହର କରୁଣ ପରିଣତି। ଘରୋଇ କଳି ପରେ ସ୍ୱାମୀର ବେକ କାଟିଦେଲା ସ୍ତ୍ରୀ। ଗୁରୁତର ସ୍ୱାମୀ ରୋହିତ ପାତ୍ର ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରିଗୁଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ସୂଚନା ଅନୁଯାୟୀ, ରୋହିତ ପ୍ରତିଦିନ ମଦ ପିଇ ସ୍ତ୍ରୀଙ୍କୁୁ ମାରପିଟ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ସ୍ତ୍ରୀ କସ୍ତୁରୀ ଏକ ଧାରୁଆ ଅସ୍ତ୍ରରେ ବେକ କାଟିଦେଇଥିଲେ। ଆଜି ସକାଳେ ଏଭଳି ଘଟଣା ଘଟିଛି। ଧରାକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/mkcg.jpg)