ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅଧୀନ ତାଳସର ଗ୍ରାମରେ ଫାଶରେ ପଡ଼ି ବାର୍‌ହା ମଲା

ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅଧୀନ ତାଳସର ଗ୍ରାମରେ ଗତକାଲି ଏକ ଦନ୍ତା ବାର୍‌ହା ଆତଙ୍କ ଖେଳାଇଥିଲା। ଜଣଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିବା ପରେ ଗୀତା ସ୍ବାଇଁ ନାମକ ଜଣେ ମହିଳାଙ୍କ ଘରେ ପଶି ଯାଇଥିଲା। ବାର୍‌ହାଟିକୁ ଧରିବା ପାଇଁ ଗତକାଲିଠାରୁ ବନବିଭାଗ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଶେଷରେ ଏହି ଉଦ୍ଧାର ଅଭିଯାନ ବିଫଳ ହୋଇଛି।

ଅପରାହ୍‌ଣ ୪ଟାରେ ବାର୍‌ହାଟି ହଠାତ୍ ଗାଁକୁ ଭିତରକୁ ପଶି ଆସି ଜଗଦୀଶ ଜେନାଙ୍କୁ ଆକ୍ରମଣ କରିବା ପରେ ଗୀତାଙ୍କ ଘର ଭିତରକୁ ପଳାଇଥିଲା। ଫଳରେ ଗ୍ରାମବାସୀ କବାଟ ବନ୍ଦ କରି ବାର୍‌ହାକୁ ଭିତରେ ରଖି ଦେଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ବାର୍‌ହାକୁ ଧରିବାକୁ ୫ ଘଣ୍ଟା ଉଦ୍ୟମ କରିଥିଲେ। କିନ୍ତୁ ବିଫଳ ହେବା ପରେ ଶେଷରେ ତାର ଫାଶ ପକାଯିବାରୁ ଏଥିରେ ଛନ୍ଦି ହୋଇ ବାର୍‌ହାଟିର ମୃତ୍ୟୁ ହୋଇ ଯାଇଥିଲା। ଶବକୁ ସୁମଣ୍ଡଳ ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇ ବ୍ୟବଚ୍ଛେଦ କରା ଯାଇଥିଲା। ‌ସେପଟେ ବାର୍‌ହା ଘରେ ପଶି ଜିନିଷପତ୍ର ନଷ୍ଟ କରିଥିବାରୁ ଗୀତା ସ୍ବାଇଁ କ୍ଷତିପୂରଣ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର