ପୁଲିସ ସବଇନ୍ସପେକ୍ଟରଙ୍କ ବିରୋଧରେ ବିବାହ ପ୍ରଲୋଭନରେ ଶାରୀରିକ ସଂପର୍କ ରଖି ପ୍ରତାରିିତ ‌କରିବା ଅଭିଯୋଗ ଆଣିଲେ ମହିଳା ସହକର୍ମୀ

ଡିଜିଙ୍କ କ୍ୟାମ୍ପ ଅଫିସରେ ଏତଲା, ଏସ.ଆଇ. ଫେରାର

ଖଲ୍ଲିକୋଟ : ଖଲ୍ଲିକୋଟ ଥାନାରେ ସାଧାରଣ ଲୋକଙ୍କ ରକ୍ଷକ ପରିବର୍ତ୍ତେ ଭକ୍ଷକ ସାଜିଥିବା ଅଭିଯୋଗ ଆସିଛି। ଥାନାର ଦୁଇ ଦୁଇ ଜଣ ସବଇନ୍ସପେକ୍ଟର ଅବିବାହିତ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ସେମାନଙ୍କୁ ପ୍ରତାରଣା କରିଥିବା ଜଣାପଡ଼ିଛି। ଏ ନେଇ ଥାନାରେ ମାମଲା ମଧ୍ୟ ହୋଇଛି।

ଗତ ଏକ ବର୍ଷ ତଳେ ଖଲ୍ଲିକୋଟ ଥାନା ଏସଆଇ ସିଲୁ ଧଳ ଦାରିଙ୍ଗବାଡି ଥାନାର ଜଣେ ମହିଳା ଏସଆଇଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରି ପ୍ରତାରିତ କରିଥିବା ସମ୍ପୁକ୍ତ ମହିଳା ଏସଆଇ ଭୁବନେଶ୍ବରସ୍ଥିତ ଡିଜି କ୍ୟାମ୍ପ ଅଫିସରେ ଅଭିଯୋଗ ଦାଖଲ କରିଛନ୍ତି। ଏଥିସହ ଫେରାର ଥିବା ଅଭିଯୁକ୍ତ ଏସ ଆଇ ସିଲୁ ଧଳଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ପ୍ରକାଶ ଥାଉକି ଏସଆଇ ଧଳ ଉକ୍ତ ମହିଳା ଏସ ଆଇଙ୍କୁ ବିବାହ କରିବା ନେଇ କୋର୍ଟରେ ଅପୋଷ ବୁଝାମଣା ହୋଇଥିଲା । ତେବେ ଗତ କିଛିଦିନ ତଳେ ମହିଳା ଏସଆଇ ଜଣଙ୍କ ବାରମ୍ବାର ଖଲ୍ଲିକୋଟ ଆସିଥିଲେ ମଧ୍ୟ ଏସଆଇ ଧଳ ତାଙ୍କୁ ଦେଖା ନ କରି ଲୁଚି ଯାଉଥିଲେ । ତେବେ ମହିଳା ଜଣଙ୍କ ବାରମ୍ବାର ଖଲ୍ଲିକୋଟ ଧାଇଁ ଧାଇଁ ନୟାନ୍ତ ହେବା ପରେ ଗଂଜାମ ଏସପିଙ୍କୁ ଭେଟିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଶେଷରେ ପୁଲିସ ମହାନିର୍ଦ୍ଦେଶକଙ୍କ କ୍ୟାମ୍ପ ଅଫିସର ଦ୍ବାରସ୍ଥ ହୋଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡିର ଫାଣ୍ଡି ଅଧିକାରୀ ଟୁନା ପୀଡିକା ଭୁବନେଶ୍ୱରରେ ଜଣେ ଅବିବାହିତ ଯୁବତୀଙ୍କ ସହ ବିବାହର ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ସ୍ଥାପନ କରି ପରେ ପ୍ରତାରଣା କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ । ଉକ୍ତ ଦୁଇଗୋଟି ଘଟଣା ପୁଲିସକୁ ଅପଦସ୍ଥ କରିଥିବା ବେଳେ  ଖକି ବର୍ଦୀ ଉପରେ କଳଙ୍କ ଲାଗିଯାଇଥିବା ସାଧାରଣରେ ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର