ଧରାକୋଟ: ଗଞ୍ଜାମଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଢ଼ଉ ଗାଁ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ବାଇକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଦାଲସାହିର ଝୁନୁ ନାଇକ (୪୦) ବିଲରୁ କାମ କରି ଘରକୁ ଫେରୁଥିବା ସମୟରେ ପଛ ପଟୁ ବାଇକ୍ ଧକା ଦେଇଥିବା ବେଳେ ଝୁନୁଙ୍କ ସ୍ବାମୀ ବିଜୟ ନାୟକ ଅଳ୍ପକେ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି। ବାଇକ୍ (ଓଡି ୩୩ଏଫ୍ ୫୮୮୨) ଆରୋହୀ ଜଣକ ହେଲେ ଖଲିକୋଟ ନିକଟସ୍ଥ ବିକ୍ରମ ପୁର ଗ୍ରାମର ସନ୍ତୋଷ ସାହୁ। ସେ ଆସିକା ପଟୁ ମୁଣ୍ଡମରାଇ ଅଭିମୁଖେ ଆସୁଥିଲେ।
ଖବର ପାଇ ଧରାକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ମାମଲା ୩୬୬/୨୫ ପ୍ରକାରେ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ବାଇକ ଟିକୁ ଜବତ କରି ଆରୋହିଙ୍କୁ ଧରାକୋଟ ଥାନାରେ ଅଟକ ରଖାଯାଇଛି। ସମସ୍ତ ତଥ୍ୟ ଧରାକୋଟ ଥାନ ସୂତ୍ରରୁ ପ୍ରକାଶ।
Accident | ganjam