ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ ସାହି ସ୍ଥିତ ମଧୁସୂଦନ ମହାନ୍ତିଙ୍କ ପାଇଖାନାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମଧୁସୂଦନ ମହାନ୍ତି ତାଙ୍କ ବାରିପାଟରେ ଥିବା ପାଇଖାନାରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଏନେଇ ସେ ଥାନାକୁ ଖବର ଦେଇଥିଲେ। ମୃତକ ବରପଦର ଗ୍ରାମର ମିଲୁ ପ୍ରଧାନ ( ୨୬ ) ବୋଲି ଜଣାଯାଇଛି।

Advertisment

ଖବର ପାଇ ଖଲ୍ଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।