ନାବାଳିକା ଗର୍ଭବତୀ ମାମଲାରେ ଯୁବକ ଅଟକ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ବେଲଘର ଥାନା ସୁଶାଭଟା ଗ୍ରାମରେ ଜଣେ ନାବାଳିକାକୁ ଗର୍ଭବତୀ କରିବା ଅଭିଯୋଗରେ ପୁଲିସ ଅନନ୍ତ ନାୟକକୁ ଥାନାରେ ଅଟକ ରଖି ପଚରାଉଚାର ଚଳାଇଥିବା ଜଣାପଡିଛି। ନାବାଳିକାର ବାପା ବେଲଘର ଥାନାରେ ଦେଇଥିବା ଏତଲା ପ୍ରକାରେ କେସ ନଂ ୩/୧୯ରେ ଏକ ମାମଲା ରୁଜୁ ହୋଇଥିବା ବେଲଘର ଥାନା ଅଧିକାରୀ ଦଶରଥ ହେମ୍ବ୍ରମ ସୂଚନା ଦେଇଛନ୍ତି । ତେବେ ନାବାଳିକା ଜଣକ ଗର୍ଭ ନଷ୍ଟ ପାଇଁ ଔଷଧ ଖାଇବା ପରେ ଗୁରୁତର ଅସୁସ୍ଥ ହୋଇ ପ୍ରଥମେ ବେଲଘର ମେଡିକାଲ ଓ ପରେ ତୁମୁଡିବନ୍ଧ, ବାଲିଗୁଡା ଓ ଏବେ ଫୁଲବାଣୀ ଜିଲ୍ଲା ଚିକତ୍ସାଳୟରେ ଭର୍ତି ହୋଇଛି।
ସୂଚନା ମୁତାବକ, ଭୁବନେଶ୍ୱରରେ ରହି ଯୁକ୍ତ ତିନିରେ ପାଠ ପଢୁଥିବା ଅନନ୍ତ ବେଳେବେଳେ ଛୁଟିରେ ଘରକୁ ଆସି ନାବାଳିକା ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ଏହି ସମୟରେ ନାବାଳିକା ଜଣକ ତିନି ମାସର ଗର୍ଭବତୀ ହୋଇଥିବା ଜଣାପଡିଥିଲା । ହେଲେ ଘଟଣା ପ୍ରଘଟ ହୋଇଥିବା ଭୟରେ ନାବାଳିକାର ଘରେ କିଏ ନଥିବା ସମୟରେ ଅନନ୍ତ କିଛି ଔଷଧ ଆଣି ନାବାଳିକୁ ଜବରଦସ୍ତ ଖୁଆଇଥିବା ଅଭିଯୋଗ ହୋଇଛି । ଏହାପରେ ନାବାଳିକାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସହ ଗୁରୁତର ହୋଇଥିଲା । ଗୁରୁତର ଅବସ୍ଥାରେ ନାବାଳିକାକୁ ପ୍ରଥମେ ବେଲଘର ଓ ପରେ ତୁମୁଡିବନ୍ଧ ଡାକ୍ତରଖାନାକୁ ନିଆଯାଇଥିଲା । ପରେ ଅବସ୍ଥା ଜଟିଳ ହେବାରୁ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଏବେ ଫୁଲବାଣୀ ଜିଲ୍ଲା ଚିକତ୍ସାଳୟରେ ଭର୍ତ୍ତି କରାଯାଇଛ।

ସମ୍ବନ୍ଧିତ ଖବର