ଗଂଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ଜିଭ କାଟିଲେ ୨ ଦୁର୍ବୃତ୍ତ

ବୁଗୁଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରବିବାର ଗଂଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝରରେ ୨ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କ ଜିଭ କାଟି ଦେଇଛନ୍ତି। ଗୁରୁତର ଯୁବକଙ୍କୁ ଖଲ୍ଲିକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜିଲ୍ଲାର ବୁଗୁଡ଼ା ଅଂଚଳରେ ଶନିବାର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟିଥିଲା। ଗୋଲିଆ ଗାଁର ମୀନକେତନ ସାମଲଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିଲା।

ରାତି ପ୍ରାୟ ୮ଟା ୩୦ରେ ମୀନକେତନ ଗାଁ ନାମ ମଣ୍ଡପରେ ବସିଥିଲେ। ଏହି ସମୟରେ ଗାଁର ରାମ ଦଳେଇ ଆସି ଅଚାନକ ଟାଙ୍ଗିଆରେ ଆକ୍ରମଣ କରିଥିଲା। ମୀନକେତନ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା।

ହତ୍ୟାକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ବୁଗୁଡ଼ା ଥାନା ପୁଲିସ ପହଂଚି ମୃତଦେହ ଜବତ କରିଥିଲା। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ କୁହାଯାଉଥିବା ରାମ ଦଳେଇ ଫେରାର ଅଛି।

ସମ୍ବନ୍ଧିତ ଖବର