ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୁକ୍ତ କନଷ୍ଟେବଳ ଫେରାର

କାଶୀନଗର: ରାତିଅଧିଆ ଘରେ ପଶି ଜଣେ ଯୁବତୀକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମକାରୀ ଜଣକ ଆଉ କେହି ନୁହଁନ୍ତି। ଜଣେ କାର୍ଯ୍ୟରତ ପୁଲିସ୍‌ କନଷ୍ଟେବଳ ବୋଲି ଜଣା ପଡିଛି। କାଶୀନଗର ଥାନାରେ ଏନେଇ ଅଭିଯୋଗ ହେବା ପରେ ଗିରଫ ଭୟରେ କନଷ୍ଟେବଲ୍‌ ଜଣଙ୍କ ଫେରାର୍‌ ହୋଇଯାଇଛନ୍ତି।
ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ କୁମଲସିଂ ଗ୍ରାମର ଜଣେ ଯୁବତୀଙ୍କ ସହ ସେହି ଗ୍ରାମର ଅରୁଣଚାନ୍ଦ ଗୁରୁ ନାମକ ଜଣେ ଯୁବକଙ୍କ ମଧ୍ୟରେ ଦୀର୍ଘ ୫ ବର୍ଷ ଧରି ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଯୁବକ ଅରୁଣ ଚାନ୍ଦ ଗଜପତି ଜିଲ୍ଲା ରିଜର୍ଭ ପୋଲିସ୍‌ କନଷ୍ଟେବଲ୍‌ ରୂପେ କାର୍ଯ୍ୟ କରନ୍ତି। ଅରୁଣ ଚାନ୍ଦ ସଂପୃକ୍ତ ଯୁବତୀଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅରୁଣ ଚାନ୍ଦ ଜଣେ ସରକାରୀ କର୍ମଚାରୀ ହୋଇଥିବାରୁ ଯୁବତୀ ଜଣଙ୍କ ମଧ୍ୟ ରାଜି ହୋଇ ଯାଇଥିଲେ।

ଯୁବତୀ ଜଣଙ୍କ ତାଙ୍କ ମାମୁଁ ଘର ଅର୍ଥାତ କାଶୀନଗର ଥାନା ଅନ୍ତଗତ ଦେବଦଳା ଗ୍ରାମକୁ କୌଣସି କାରଣରୁ ବୁଲି ଆସିଥିଲେ। ଏ ଖବର କୌଣସି ସୂତ୍ରରୁ ପାଇ ଅରୁଣ ଚାନ୍ଦ ଗତ ୩୧ ତାରିଖ ମଧ୍ୟ ରାତ୍ରିରେ ଦେବଦଳା ଗ୍ରାମକୁ ଆସି ଘରେ ପଶି ଯୁବତୀ ଜଣଙ୍କ ଅନିଛା ସତ୍ତ୍ୱେ ତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏନେଇ ସେ କାଶୀନଗର ଥାନାରେ ଅଭିଯୋଗ କରିବା ପରେ କେସ୍‌ ନମ୍ବର ୪୦/ ତା-୬.୬.୨୦୧୮ ଆଇପିସି ଧାରା ୩୭୬,୪୫୧ ଓ ୫୦୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ଯୁବତୀଙ୍କ ଆଜି ଡାକ୍ତରୀ ମାଇନା କରାଯାଇଛି। ତେବେ ଅରୁଣ ଗିରଫ ଭୟରେ ଫେରାର ହୋଇ ଯାଇଥିବା ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର