୬୭ ଏକର ଜମିରେ ଲଗା ଯାଇଥିବା ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ

ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବିଲାପୁଟ ଗ୍ରାମ ପଞ୍ଚାୟତ ମାଛକୁଣ୍ଡ ଥାନା ଅନ୍ତର୍ଗତ କୁମାରପୁଟ ଏବଂ ହରଗଣ୍ଡା ଗ୍ରାମରେ ବେଆଇନ ଭାବେ ସରକାରୀ ଓ ବେସରକାରୀ ଜମିରେ ବିପୁଳ ପରିମାଣର ଗଞ୍ଜେଇ ଚାଷ କରାଯାଇଥିବା ବେଳେ ସେ ଗୁଡିକୁ ଆଜି ମିଳିତ ଭାବେ ମାଛକୁଣ୍ଡ ପୋଲିସ,ରାଜସ୍ବ ବିଭାଗ,ଅବକାରୀ ବିଭାଗ,ବନ ବିଭାଗ ପକ୍ଷରୁ ଚଢ଼ାଉ କରି  ଗଛ କାଟିବା ସହ ପୋଡି ଦିଆ ଯାଇଥିବା  ନନ୍ଦପୁର ଏସ ଡ଼ି ପି  ଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ନନ୍ଦପୁର ବ୍ଲକ ବିଲାପୁଟ ଗ୍ରାମ ପଞ୍ଚାୟତ ତଥା ମାଛକୁଣ୍ଡ ଥାନା ଅନ୍ତର୍ଗତ କୁମାରପୁଟ ଗ୍ରାମ ଏବଂ ହରଗଣ୍ଡା ଗ୍ରାମରେ ବିପୁଳ ପରିମାଣର ଗଞ୍ଜେଇ ଚାଷ କରାଯାଇଥିବା ଜାଣିବା ପରେ ମାଛକୁଣ୍ଡ ପୋଲିସ, ଅବକାରୀ,ରାଜସ୍ବ ଏବଂ ବନ ବିଭାଗ ପକ୍ଷରୁ ଆଜି ଉପରୋକ୍ତ ଦୁଇ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।ଉଭୟ ସରକାରୀ ଏବଂ ବେସରକାରୀ ଜମିରେ ପ୍ରାୟ ୬୭ ଏକର ଜମିରେ ଗଞ୍ଜେଇ ଗଛ ଲଗା ଯାଇଥିବା ବେଳେ ମୋଟ ୮୦୪୦୦ ଟି ଗଞ୍ଜେଇ ଗଛ କଟା ଯିବା ସହ ଏକାଠି ଗଦା କରାଯିବା ସହ କିରୋସିନ ପକାଇ ପୋଡି ଦିଆ ଯାଇଥିଲା।ଆଜି ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ବଜାର ମୂଲ୍ୟ ୮୦୪୦୦୦୦୦/ ଟଙ୍କା ହେବ ବୋଲି ଏସ ଡ଼ି ପି ଓ ସଞ୍ଜୟ କୁମାର ମହାପାତ୍ର  ସୂଚନା ଦେଇଛନ୍ତି।ଏହି ଚଢ଼ାଉରେ ନନ୍ଦପୁର ତହସିଲଦାର ନରସିଂହ ଗାଦବା,ମାଛକୁଣ୍ଡ ତହସିଲଦାର  ମାନସ ରଞ୍ଜନ ପଟ୍ଟନାୟକ, ମାଛକୁଣ୍ଡ ଥାନା ଆଇ ଆଇ ସି ପ୍ରଫୁଲ୍ଲ କୁମାର ଲାକ୍ରା,ଲମତାପୁଟ ଫାଣ୍ଡି ଅଧିକାରୀ ଦିଲୀପ କୁମାର ପ୍ରଧାନ,ଜଲାପୁଟ ଫାଣ୍ଡି ଅଧିକାରୀ ମହେଶ୍ବର କୁମାର କିର୍ଷାନି,ଏସ ଆଇ ପ୍ରମୋଦ କୁମାର ବାଣୁଆ, ଏସ ଆଇ ଡମ୍ବରୁଧର ବାତ୍ରିଆ,ଏସ ଆଇ ଦିଲୀପ କୁମାର ରଥ,ନନ୍ଦପୁର ଅବକାରୀ ଉପନିରୀକ୍ଷକ ତ୍ରିନାଥ ଚିନ୍ତାଡା,ଡ଼ି ଭି ଏଫ ଫୋର୍ସ ସାମିଲ ଥିଲେ।ମାଛକୁଣ୍ଡ ଥାନା କେସ ନମ୍ବର ୧୧୮/୨୧ ରୁଜୁ କରି ଘଟଣାର ତଦନ୍ତ କରାଯାଉଥିବା ନନ୍ଦପୁର ଏସ ଡ଼ି ପି ଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର