ମାଲକାନଗିରି : ମାଲକାନଗିରି ଥାନା ଅନ୍ତର୍ଗତ ଚଲାନଗୁଡା ନିକଟରେ ଗଂଜେଇ ବୋଝେଇ କାର ଜଳିଯାଇଥିବା ଖବର ହସ୍ତଗତ ହୋଇଛି । ଫଳରେ ସେଥିରେ ଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ପୋଡ଼ି ପାଉଁଶ ହୋଇଯାଇଛି । ତେବେ କିପରି ଗଞ୍ଜେଇ ବୋଝେଇ କାର ଜଳିଗଲା ତାହା ଜଣାପଡି ନାହିଁ । ଖବର ପାଇ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଆଇଆଇସି ରାମ ପ୍ରସାଦ ନାଗଙ୍କ କହିବା ଅନୁଯାୟୀ ଗଂଜେଇ ଚାଲାଣ କରାଯାଉଥିବା ବେଳେ ଗୋଟିଏ ଗଛରେ ପିଟିହୋଇ କାରଟି ଦୁର୍ଘଟଣାଗ୍ରସ୍ଥ ହୋଇଥାଇପାରେ । ତେବେ ଦୁର୍ବୃତ୍ତ ମନେ ଗାଡ଼ିରେ ନିଆଁ ଲଗେଇ ଦେଇଛନ୍ତି କି ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗିଗଲା ସେନେଇ ଅଧିକ ତଦନ୍ତ ଚାଲିଛି । ଏହା ପୂର୍ବରୁ ଏମଭି-୧୬ ଗ୍ରାମ ନିକଟରେ ଗତ କିଛି ମାସ ତଳେ ଏଭଳି ଏକ ଗଂଜେଇ ବୋଝେଇ କାର ନିଆଁ ଲାଗି ଜଳିଯାଇଥିଲା । ସେତେବେଳେ ମଧ୍ୟ କାରରେ ଥିବା ଗଂଜେଇ ଜଳିଯାଇଥିଲା ।
ଜଳିଗଲା ଗଞ୍ଜେଇ ବୋଝେଇ କାର
/sambad/media/post_attachments/wp-content/uploads/2021/01/WhatsApp-Image-2021-01-20-at-11.23.58.jpeg)