ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁଲିସ ଜଣେ କୁଖ୍ୟାତ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସୁବାଷ ବି‌ଷୋୟୀକୁ ଗିରଫ କରିବାରେ ସଫଳ ହେ‌ାଇଛି। ଅଭିଯୁକ୍ତ ନାମରେ ଓଡ଼ିଶା ଓ ଛତିଶଗଡ ରାଜ୍ୟର ବିଭିନ୍ନ ଥାନାରେ ୬ଟି ଏନବିଡବ୍ଲୁ କେସ ରହିଥିବା ଉମରକୋଟ ପୁଲିସ ସୂଚନା ପ୍ରଦାନ କରିଛି।

Advertisment

ସୂଚନା ଅନୁଯାୟୀ, ଉମରକୋଟ ଥାନା ଅଧିନସ୍ଥ ବିଏସପଦର ନିକଟସ୍ଥ ବାଣୁଆଗୁଡା ଗ୍ରାମ ସୁବାସ ବିଷୋୟୀ(୫୫)ର ଗ୍ରାମ ଅଟେ। ବିଗତ କିଛିବର୍ଷ ହେବ ରାଜ୍ୟ ତଥା ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରିବାରେ ସୁବାଷ ଲିପ୍ତ ଥିଲା। ଫଳରେ ସୁବାଷର ନାଁରେ ଛତିଶଗଡ଼ ଓରିଶାର ଜଗଦଲପୁର, ନବରଙ୍ଗପୁର, କୋଡ଼ିଙ୍ଗା, କୋଷାଗୁମଡା ଥାନାରେ ଅନେକ ମାମଲା ରହିଛି। ଏହି ଗଞ୍ଜେଇ ମାଫିଆର ନାମରେ ଆରେଷ୍ଟ ୱାରେଣ୍ଟ ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ସୁବାଷ ପୁଲିସ ଆଖିରେ ଧୂଳି ଦେଇ କିଛିବର୍ଷ ହେବ ଫେରାର ରହିଥିଲ।। ଉମରକୋଟ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ଗଞ୍ଜେଇ ମାଫିଆ ସୁବାଷର ଗତିବିଧି ଉପରେ ନଜର ରଖି ଆସୁଥିଲେ।

ବିଷେଶସୂତ୍ରରୁ ଖବର ପାଇ ତାକୁ କାବୁ କରିବାକୁ ପକ୍କା ନକ୍ସା ପ୍ରସ୍ତୁତ କରି ଏକ ଟିମ ପ୍ରସ୍ତୁତ କରିଥିଲେ ଓ ଚଢ଼ଉ କରି ଗତକାଲି ରାତିରେ ଅନ୍ତ ରାଜ୍ୟ ଗଞ୍ଜେଇ ମାଫିଆ ସୁବାସ ବିଷୋୟୀକୁ ଓଡିଶା ଛତିଶଗଡ଼ ସୀମା ବର୍ତ୍ତି ଅଞ୍ଚଳରୁ କାବୁ କରିଥିଲେ। ଆଜି ତାକୁ ଉମରକୋଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତିଙ୍କ କୋର୍ଟକୁ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ପରେ ଜେଲକୁ ପଠାଇ ଦିଆଯାଇଛି। ଚଢ଼ଉ ସମୟରେ ସୁବାଷ ଠାରୁ ଏକ ବୁଲେଟ ମୋଟର ସାଇକେଲ ଜବତ କରିଛି ଉମରକୋଟ ପୁଲିସ। ଯେଉଁ ଯେଉଁ ଥାନାରେ ମାମଲା ରୁଜୁ ହୋଇଛି ସେହି ଥାନା ଗୁଡ଼ିକ ପରବର୍ତ୍ତୀ ସମୟରେ ତାଙ୍କୁ ରିମାଣ୍ଡରେ ନେଇ ପାରନ୍ତି ବୋଲି ସୂଚନା ମିଳିଛି। ସୁବାଷକୁ ଧରିବାରେ ଏସଆଇ ସନ୍ତୋଷ ମାଝୀ ଓ ସୌମେନ୍ଦ୍ର କୁମାର ସେଠ, ଏଏସଆଇ ଶରତ ଚନ୍ଦ୍ର କୁଟୁରୁକା, ରାମ ଚନ୍ଦ୍ର ବେହେରା, ସୁକଦେବ ଛତ୍ରୀୟା ଓ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିଲେ।