ପୁଲିସ ହାତରେ ଗଞ୍ଜେଇ ମାଫିଆ ରଞ୍ଜିତ ବାଘ, ଦୁଇ ଟନ୍‌ ଗଞ୍ଜେଇ ଚାଲାଣ ବେଳେ ଗିରଫ

କୋରାପୁଟ: କୋରାପୁଟରୁ ଗଞ୍ଜ‌େଇ ନେଇ ମହାରାଷ୍ଟ୍ରକୁ ଯାଉଥିବାବେଳେ ପୁଲିସ ହାତରେ ଧରା ପଡିଛି କୁଖ୍ୟାତ ଗଞ୍ଜ‌େଇ ମାଫିଆ ରଞ୍ଜିତ ବାଘ (୩୫)। ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲା ଜଗମପେଟା ପୁଲିସ ପକ୍ଷରୁ ତାଙ୍କୁ ଗିରଫ କରାଯାଇ ରାଜମୁଣ୍ଡାରୀ ପ୍ରଥମ ଶ୍ରେଣୀ ଜିଲ୍ଲା କୋର୍ଟକୁ ଚାଲାଣ କରାଯାଇଛି। ତା ନିକଟରୁ ୨୦୦୦ କେଜି ଗଞ୍ଜ‌େଇ ସହ ୪୫ ଗ୍ରାମ ସୁନା ସହ ୪ଟି ବଡ ବଡ କାରକୁ ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ ଚଳିତମାସ ୨୦ ତାରିଖରେ ଜଗମପେଟା ପୁଲିସ ଭାଇଜାକ ଠାରୁ ମହାରାଷ୍ଟ୍ର ଯାଉଥିବାବେଳେ ପୁଲିସ ତାକୁ ଜଗମପେଟା ନିକଟରେ ଜବତ କରିଥିଲା।

ଏହି ସମୟରେ ସେ ୪ଟି ଗାଡିରେ ୨ ହଜାର କେଜି ଗଞ୍ଜ‌େଇ ନେଇ ଯାଉଥିଲା। ଏହି ସମୟରେ ସିଆଇ ଜି. ସୁରେଶ ପାଟ୍ର‌ୋଲିଂ ଦାୟିତ୍ବରେ ରହିଥିଲେ। ତାଙ୍କୁ ଯାଞ୍ଜ କରିବା ପରେ ବିପୁଳ ପରିମାଣରେ ଗଞ୍ଜଇେ ରହିଥିବା ଦେଖିବାକୁ ମିଳଥିଲେ। ଏହାପରେ ମାଜିଷ୍ଟ୍ର‌େଟଙ୍କ ଉପସ୍ଥିତିରେ ଯାଞ୍ଚ କରାଯିବାବେଳେ ସେ ସିଆଇଙ୍କୁ ୫୩ ଲକ୍ଷ ଟଙ୍କା ଦେବାକୁ କହିଥିଲେ। କିନ୍ତୁ ସିଆଇ ଏହି ଟଙ୍କା ନେବାକୁ ମନା କରିବା ପରେ ବିଭିନ୍ନ ରାଜନୈତିକ ଦଳର ଚାପ ପକାଇଥିଲେ। ଜଗମପେଟା ପୁଲିସ ୧୯୭/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା। ତାଙ୍କ ସହ ୪ ଜଣ ସହଯୋଗୀ ମଧ୍ୟ ଗିରଫ ହୋଇଥିବା ଜଣାପଡିଛି। ତେବେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରେ ପ୍ରାୟ ୧୯ରୁ ଅଧିକ ମାମଲା ରହିଛି। କୋରାପୁଟ ପୁଲିସ ଏହି ଅଭିଯୁକ୍ତଙ୍କୁ ଖୋଜୁଥିବାବେଳେ ଦୁଇବର୍ଷ ହେବ ପୁଲିସ ଆଖିରେ ଧୂଳି ଦେଇ ଖସି ପଳାଇବାରେ ସକ୍ଷମ ହୋଇଥିଲା ରଞ୍ଜିତ। ରାଜ୍ୟ ବାହାରେ ରହି ଅବିଭକ୍ତ କୋରାପୁଟ ଜିଲ୍ଲା ଗୁଡିକରେ ଗଞ୍ଜ‌େଇ ପରିଚାଳନା କରୁଥିଲା ବେଳେ ଜଗମପେଟା ପୁଲିସ ଧରିଥିଲା।

ତେବେ ଓଡ଼ିଶା ପକ୍ଷରୁ କୋରାପୁଟ ଜିଲ୍ଲା ପୁଲିସ ରାଜମୁଣ୍ଡାରୀ ପ୍ରଥମ ଶ୍ରେଣୀ ଜିଲ୍ଲା କୋର୍ଟ ନିକଟରେ ରିମାଣ୍ଡରେ ଆଣିବାକୁ ଆବଦେନ କରିଛି। ୬ ଦିନିଆ ରିମାଣ୍ଡରେ ଆଣିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଯୋଜନା ରହିଥିବା ପୁଲିସ ସୁତ୍ରରୁ ଜଣାପଡିଛି। ରାଜମୁଣ୍ଡାରୀ ପ୍ରଥମ ଶ୍ରେଣୀ ଜିଲ୍ଲା କୋର୍ଟରେ ୨୦/୯ରେ ମାମଲା ରୁଜୁ ହୋଇଥିବା ବେଳେ ୨୨/୯ରେ ମାମଲା ପଞ୍ଜୀକରଣ କରିଥିଲେ। ୨୩ରେ ପ୍ରଥମ ଶୁଣାଣି ହୋଇଥିବାବେଳେ ୩୦ ତାରିଖ ଦିନ ଦ୍ବିତୀୟ ପର୍ଯ୍ୟାୟ ଶୁଣାଣି ହେବ ବୋଲି ପୁଲିସ ସୁତ୍ରରୁ ଖବର ମିଳିଛି।

ଏନେଇ ଜଗମପେଟା ସିଆଇ ଜି. ସୁରେଶ କହିଛନ୍ତି ଯେ ୧୯ ତାରିଖ ବିଳମ୍ବିତ ରାତିରେ ଆମେ ପାଟ୍ରୋଲିଂ କରୁଥିବାବେଳେ ୪ଟି କାର ରାଜମୁଣ୍ଡାରୀ ଦେଇ ମହାରାଷ୍ଟ୍ର ଯିବାକୁ ଉଦିତ ହେଉଥିଲା। ଅଟକାଇ ଥିଲେ ମଧ୍ୟ ଅଟକି ନ ଥିଲେ। ପରେ ପିଛା କରି ଏହାକୁ ଅଟାଇବା ପରେ ଗଞ୍ଜ‌େଇ ଥିବା ଜାଣିବାକୁ ପାଇଥିଲୁ। ଗଞ୍ଜ‌େଇ ଗାଡିକୁ ଛାଡି ଦେବାକୁ ଏହି ସମୟରେ ରଞ୍ଜୀତ କାଳେ ୫୩ ଳକ୍ଷ ଟଙ୍କା ଯାଚିଥିଲା। କିନ୍ତୁ ମାଜିଷ୍ଟ୍ର‌େଟଙ୍କ ଉପସ୍ଥିତିରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହାସହ ଏଥିରେ କିଏ କିଏ ସମ୍ପୃକ୍ତି ରହିଛନ୍ତି ତାହାର ଯାଞ୍ଜ କରି ଚାର୍ଜସିଟ ପ୍ରସ୍ତୁତ କରି କୋର୍ଟ ନିକଟରେ ଉପସ୍ଥାପନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର