ରାଉରକେଲା: ସହରରେ ଆଜି ପୁଣି ଜଣେ ଗଞ୍ଜେଇ ବେପାରିକୁ ପ୍ଲାଣ୍ଟ୍‌ସାଇଟ ପୁଲିସ କାବୁ କରିନେଇଛି। ଅଭିଯୁକ୍ତ ହେଉଛି ଉତ୍ତରପ୍ରଦେଶର ସୂରଜ ବର୍ମା। ଅଭିଯୁକ୍ତଠାରୁ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ୨୦ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି।

Advertisment

ଅଭିଯୁକ୍ତ କନ୍ଧମାଳରୁ ବ୍ୟାଗ୍‌ରେ ଭର୍ତ୍ତି କରି ଗଞ୍ଜେଇକୁ ରାଞ୍ଚିକୁ ନେଉଥିଲା। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ବସଷ୍ଟାଣ୍ଡ୍‌ରେ ଛିଡ଼ା ହୋଇ ବସ୍‌ ଯୋଗେ ରାଞ୍ଚିକୁ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କରିଥିଲା। ତେବେ ବସଷ୍ଟାଣ୍ଡ୍‌ରେ ଥିବାବେଳେ ଅଭିଯୁକ୍ତର ଗତିବିଧି ସନ୍ଦେହଜନକ ହେବାରୁ ପୁଲିସ ପଚରାଉଚରା କରିଥିଲା। ତେବେ କୌଣସି ସନ୍ଦେହଜନକ ଉତ୍ତର ପାଇନଥିଲେ। ଏଣୁ ବ୍ୟାଗ୍‌ ଛାନ୍‌ଭିନ୍‌ କରିବାରୁ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ତେବେ କିଭଳି କନ୍ଧମାଳରୁ ଗଞ୍ଜେଇ ଆଣିଲା, ତାହା ସ୍ପଷ୍ଟ ହୋଇନି। ସମ୍ଭବତଃ ବସ୍‌ ଯୋଗେ ଆଣିଥିବା ସନ୍ଦେହ କରାଯାଉଛି। ପୁଲିସ ତଦନ୍ତ ଜାରି ରଖିଛି।