ମାଲକାନଗିରି : ଗଂଜେଇ ଚାଲାଣ ରୋକିବାରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନାର ଏସଆଇ କେ.ସାହୁଙ୍କ ନେତୃତ୍ବରେ ଏକ ଟିମ ଚିତ୍ରକୋଣ୍ଡା ନିକଟରେ ଗାଡିଗୁଡିକକୁ ଯାଞ୍ଚ କରୁଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକକୁ ମଧ୍ୟ ଯାଞ୍ଚ କରିଥିଲେ । ସିଜି-୦୭-୮୫-୨୫୬୪ ନମ୍ବର ବିଶିଷ୍ଟ ଏକ କୋଇଲା ବୋଝେଇ ଟ୍ରକକୁ ଅଟକାଇ ପୁଲିସ ଯାଞ୍ଚ କରିଥିଲା। ଟ୍ରକରେ ଗଞ୍ଜେଇ ଏପରି ରଖାଯାଇଥିଲା ଯେ ତାହାକୁ ହଠାତ ଠଉରାଇବା ସମ୍ଭବ ହେଉନଥିଲା । କିନ୍ତୁ ପୁଲିସକୁ ପକ୍କା ଖବର ମିଳିଥିବାରୁ ଗୁଣ୍ଡ କୋଇଲାକୁ ଟ୍ରକରୁ ଅଲଗା କରିବା ପରେ ମଝିରେ ୯୪ ପ୍ୟାକେଟ ଗଂଜେଇ ରଖାଯାଇଥିବା ପୁଲିସ ଦେଖିବାକୁ ପାଇଥିଲା।
ପୁୁଲିସ ଗଞ୍ଜେଇକୁ ଜବତ କରିବା ସହ ଏହି ଟ୍ରକରେ ବସିଥିବା ୩ ଜଣଙ୍କୁ ଗିରଫ କରିଥିଲା।ଏହି ଗଂଜେଇ ପ୍ୟାକେଟକୁ ଓଜନ କରିବା ପରେ ମୋଟ ୨୨୫୬ କିଲୋ ଗଂଜେଇ ଥିବା ଜଣାପଡିଥିଲା। ଏହି ଗଂଜେଇକୁ ଚିତ୍ରକୋଣ୍ଡା ଅଂଚଳରୁ ବାହାର ରାଜ୍ୟକୁ ରପ୍ତାନି କରାଯାଉଥିଲା। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଉତ୍ତରପ୍ରଦେଶ ଅଂଚଳର ପବନ କୁମାର ପାଣ୍ଡେ(୨୫),ଅମରଜିତ ଯାଦବ (୨୬) ଏବଂ କ୍ରିଷ୍ଣା ଯାଦବ(୨୧)।ଏମାନଙ୍କ ଠାରୁ ୩ଟି ମୋବାଇଲ ଫୋନ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Mkg-2-ton-ganja-jabat-3-arrested-1.jpg)