କଳାହାଣ୍ଡି: କେସିଙ୍ଗା ଥାନାରେ ଦୁର୍ଘଟଣା ହୋଇ ଜବତ ହୋଇ ରହିଥିବା ଏକ କଣ୍ଟେନର ରୁ ୫ କୁଇଣ୍ଟାଲ ୫୨ କେଜି ଚୋରା ଗଞ୍ଜେଇ ଜବତ ହୋଇଛି। ପ୍ରାୟ ୧ ମାସ ପରେ ଏହି କଣ୍ଟେନରର ସିଲିଙ୍ଗରୁ ଜବତ ହୋଇଛି । ପୋଲିସ ପାଖରେ ଏହାର ସୁରାକ ନ ଥିବାବେଳେ କିଛି ଲୋକଙ୍କଠାରୁ ପୋଲିସ ଖବର ପାଇ ଏହାକୁ ଜବତ କରିଛି। ଏହି ଜବତ ଗାଡିର ଡ୍ରାଇଭର ଦୁର୍ଘଟଣା ପରେ ଫେରାର ହୋଇଥିବାବେଳେ ଗାଡି କୁ ନେବା ପାଇଁ କେହି ଆସି ନାହାନ୍ତି। କେସିଙ୍ଗା ଥାନା କଶରୁପଡା ଠାରେ ଦୁଇଟି କଣ୍ଟେନର ମୁହାଁ ମୁହିଁ ଧକ୍କା ହୋଇ ଥିଲା। ଯେଉଁଠି ଛୋଟ କଣ୍ଟେନରର ଡ୍ରାଇଭର ମୃତ୍ୟୁ ହୋଇଥିଲା।
ଥାନାରେ ଥିବା ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ସାଢେ ୫ କୁଇଣ୍ଟାଲ ଗଞ୍ଜେଇ ଜବତ
/sambad/media/post_attachments/wp-content/uploads/2021/05/WhatsApp-Image-2021-05-22-at-17.01.05.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)