ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ପୁଲିସକୁ ମିଳିଛି ବଡ଼ଧରଣର ସଫଳତା। ବୈପାରିଗୁଡା ଥାନା ଅଞ୍ଚଳର ମାଝିଗୁଡା ପଞ୍ଚାୟତ ଅନ୍ତର୍ଗତ ପଣ୍ଡିତବେଡାରୁ ୨ କ୍ବିଣ୍ଟାଲ ୯୪ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ କିଛି ମାଫିଆ ଖସି ଯାଇଥିବା ଜଣାପଡିଛି। ପୁଲିସ ସୂଚନା ଅନୁଯାୟୀ, ବୈପାରିଗୁଡା ଥାନା ଆଇଆଇସି ଅଶ୍ବୀନ ପଟ୍ଟନାୟକ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ ପଣ୍ଡିତବେଡା ଗ୍ରାମର ଜଙ୍ଗଲ ଭିତରେ ଗଞ୍ଜେଇ ଗଚ୍ଛିତ ରଖିଥିବା ସହିତ ବାହାରକୁ ଚାଲାଣ କରିବା ପାଇଁ ଯୋଜନା କରୁଥିଲେ। ଖବର ପାଇ ଶ୍ରୀ ପଟ୍ଟନାୟକ ଏସ୍ଆଇ ବିଷ୍ଣୁ ପ୍ରସାଦ ଶବରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଗଠନ କରି ପଣ୍ଡିତବେଡାକୁ ପଠାଇଥିଲେ।
ପୁଲିସ ଟିମ୍ ପଣ୍ଡିତବେଡାର ରାସ୍ତା ନିକଟରେ ଥିବା ଜଙ୍ଗଲରେ ଚଢ଼ଉ କରିଥିଲେ। ତେବେ କିଛି ଗଞ୍ଜେଇ ମାଫିଆ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲେ। ମାଜିଷ୍ଟ୍ରେଟ ତଥା ତହସିଲଦାର ସ୍ନିଗ୍ଧା ରାଣୀ ଚୌଧୁରୀଙ୍କ ଉପସ୍ଥିତିରେ ଓଜନ କରାଯିବାରୁ ୨ କ୍ବିଣ୍ଟାଲ ୯୪ କିଲୋ ରହିଥିବା ଜଣା ପଡିଥିଲା। ଏହି ଚଢ଼ଉରେ ଏସ୍ଆଇ କୃଷ୍ଣଚନ୍ଦ୍ର ସେଠୀ, ଏଏସ୍ଆଇ ମୋତି ସିଂହ ନାୟକଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/IMG-20230606-WA0062.jpg)