ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ପୁଲିସ ଆଜି ୨୨ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ସୂଚନା ଅନୁଯାୟୀ ବୈପାରିଗୁଡା ପୁଲିସ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ବୀରଖମ୍ବ ସାହିରେ ଛପି ରହିଥିଲା। କେନ୍ଦୁପଡା ରାସ୍ତା ଦେଇ ବୈପାରିଗୁଡା ଆସି ବାହାରକୁ ଚାଲାଣ ହୋଇଥାନ୍ତା। ବୀରଖମ୍ବ ସାହିର ଛତୁଆ ମିଲ ନିକଟରେ ଓଆର ୧୦ ସି ୭୭୨୮ ନମ୍ବର ଏକ ହିରୋହଣ୍ଡା ବାଇକ ଆସୁଥିବା ଦେଖି ସନ୍ଦେହ କରି ବାଇକଟିକୁ ଅଟକାଇ ଯାଞ୍ଚ କରିବାରୁ ସେହି ବାଇକରେ ଗଞ୍ଜେଇ ଥିବା ଜାଣିପାରି ବାଇକଟିକୁ ଜବତ କରିଥିଲେ।
ଚାଲାଣକାରୀକୁ ଗିରଫ କରି ତଦନ୍ତ କରିବାରୁ ସେ ବୈପାରିଗୁଡା ଥାନା ଅନ୍ତର୍ଗତ ବୁରୁଡିପୁଟର ଗଙ୍ଗାଧର ମାଳିଙ୍କ ପୁଅ ଗୋବିନ୍ଦ ମାଳି (୨୪) ବୋଲି ଜଣାପଡିଥିଲା। ସେ ଆଗରୁ ଜୟପୁର ସାନ ତେଲି ସାହିରେ ରହୁଥିବା ପ୍ରକାଶ କରିଛନ୍ତି। ବୈପାରିଗୁଡା ଥାନା ଆଇଆଇସି ଅଶ୍ଵିନୀ ପଟ୍ଟନାୟକ ଗୋବିନ୍ଦକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/WhatsApp-Image-2022-07-24-at-8.56.25-PM.jpeg)