ବୌଦ୍ଧ: ବୌଦ୍ଧ ପୁଲିସ ସୋମବାର ବଘିଆପଡା ଅଞ୍ଚଳର ଜିଲେଜୁ ଗ୍ରାମରେ ଗଞ୍ଜେଇ ଥିବା ଖବର ପାଇ ଚଢଉ କରିଥିଲା। ପୁଲିସ ଚଢଉ ସମୟରେ ଗ୍ରାମ ନିକଟରୁ ବିପୁଳ ପରିମାଣରେ ଗଞ୍ଜେଇ ଗଚ୍ଛିତ ଥିବା ଠାବ କରିବା ସହ ସେଠାରେ ଥିବା ଗ୍ରାମର ରମେଶ କହଁର (୩୦) ଜଙ୍ଗଲକୁ ପଳାଉଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ସେଠାରୁ ୩୬ ଗୋଟି ବସ୍ତାରେ ଥିବା ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଓଜନ ପରେ ୧୮ କ୍ବିଣ୍ଟାଲ ହୋଇଥିଲା।
ଏନେଇ ପୁଲିସ ଅଭିଯୁକ୍ତ ରମେଶ ନାମରେ ବୌଦ୍ଧ ଥାନାରେ ଏକ ମାମଲା ୨୦୯/୨୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏପଟେ ପୁଲିସ ଗଞ୍ଜେଇ ବିପୁଳ ମାତ୍ରରେ ଜବତ କରୁଥିବା ବେଳେ କିନ୍ତୁ ପ୍ରକୃତ ବେପାରୀ କି ମାଫିଆଙ୍କ ପାଖରେ ପହଞ୍ଚି ପାରୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/WhatsApp-Image-2023-05-23-at-8.46.58-PM.jpeg)