ଝରାପାଲ୍ଲୀ ଗ୍ରାମରୁ ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ପୁଣି ଏକ ବଡ ସଫଳତା। ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗଞ୍ଜେଇକୁ ଜବତ କରିବା ସହ ଜଣେ ଆସାମୀକୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋଙ୍କ ନେତୃତ୍ବରେ ଝରାପାଲ୍ଲୀ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ବଲେରୋ ଗାଡି କ୍ଷୀପ୍ରଗତିରେ ଆସୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଗାଡିକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ରହିଥିବା ପୁଲିସ ଜାଣିବାକୁ ପାଇଥିଲା। ତୁରନ୍ତ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ କରୁଥିବା ଆସାମୀକୁ ମଧ୍ୟ ଗିରଫ କରାଯାଇଥିଲା।

ଏହି ବଲେରୋରେ ମୋଟରେ ୮୦ କିଲୋ ଗଞ୍ଜେଇ ଲଦା ହୋଇଥିବା ବେଳେ ଛତିଶଗଡକୁ ଚାଲାଣ କରାଯାଉଥିବା ଜଣାପଡିଛି। ଗଞ୍ଜେଇ ଚାଲାଣ କରୁଥିବା ସୋରିଷମାଳର ରାଜେନ୍ଦ୍ର ମାଟାମକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି। ତେବେ ଏହି ଚଢଉ ପରେ ମଧ୍ୟ ଆଗାମୀ ଦିନରେ ଚଢଉ ଜାରି ରହିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର