ଗଞ୍ଜେଇ ଜବତ, ୩ ଗିରଫ

ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇ ବାଙ୍କିଗୁଡା ନିକଟରେ ଚଢାଉ କରାଯାଇ ଗଞ୍ଜେଇ ଜବତ କରିବା ସହ ୩ ଜଣ ଆସାମୀକୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇବା ପରେ ସୁପରିଟେଣ୍ଡେଣ୍ଟ ଅରୁଣ ପାଢୀଙ୍କ ନିର୍ଦେଶରେ ଏସଆଇ ଗଦାଧର ମହାରଣାଙ୍କ ନେତୃତ୍ବରେ ବାଙ୍କିଗୁଡା ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ହୋଣ୍ଡା କାର କ୍ଷୀପ୍ର ଗତିରେ ଆସୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ କାରକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ୩୦ କିଲୋ ଗଞ୍ଜେଇ ରହିଥିବା ଅବକାରୀ କର୍ମଚାରୀ ଦେଖିବାକୁ ପାଇଥିଲେ।

ତୁରନ୍ତ କାରକୁ ଜବତ କରିବା ସହ ୩ ଜଣ ଆସାମୀକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ମହାରାଷ୍ଟ୍ରର ଅମିତ ନରେଶ ସାଖ୍ରେ, ଶିବ ଶଂକର ସାଖ୍ରେ ଏବଂ ପ୍ରଣତି ଅମିତ ସାଖ୍ରେ ବୋଲି ଜଣାପଡିଛି। ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ଦିନେଶ କୁମାର, କନେଷ୍ଟବଲ କାହ୍ନୁଚରଣ ମଲ୍ଲିକ, ପଣ୍ଡା ନାଗେଶ, ଜୁଲି ସା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର