ରାୟଗଡା: ଟ୍ରକରେ ଚୋରା ଚାଲାଣ ହେଉଥିବା ୫୨୭ କେଜି ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଛି ରାୟଗଡା ଜିଲ୍ଳା ପଦ୍ମପୁର ଥାନା ପୁଲିସ। ଏଥିରେ ଶିବଶକ୍ତି ରାମନ ଓ କେ. ମଣି ନାମକ ଦୁଇଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଏସପି ବିବେକାନନ୍ଦ ଶର୍ମା ସୂଚନା ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ପ୍ରକାରେ ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡା ଆଉଟପୋଷ୍ଟ ସମ୍ମୁଖରେ ତାମିଲନାଡୁରେ ପଞ୍ଜୀକୃତ ହୋଇଥିବା ଏକ ଟ୍ରକ ନମ୍ବର (ଟିଏନ ୫୨କେ ୨୩୭୨)କୁ ସନ୍ଦେହ ଭାବେ ଯାଞ୍ଚ କରାଯାଇଥିଲା। ଏହି ଟ୍ରକ ଡାଲାର ଉପର ସ୍ତରରେ ୫୦୦ବସ୍ତା ଚାଉଳ ପ୍ୟାକେଟ୍ ବସ୍ତା ରହିଥିବା ବେଳେ ତଳେ ୫୨୭ କେଜିର ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା। ପୁଲିସ ଟ୍ରକଟିକୁ ଯାଞ୍ଚ କରିଥିବା ବେଳେ ଗଞ୍ଜେଇକୁ ଜବତ କରାଯାଇଥିଲା।
Advertisment
ଘଟଣାରେ ସମ୍ପୃକ୍ତ ଜୟ ପ୍ରକାଶ ନାମକ ଅଜଣା ବ୍ୟକ୍ତି ଫେରାର ରହିଥିବା ବେଳେ ରାମନ ଓ ମଣିକୁ ପୁଲିସ ଗିରଫ କରିଥିବା ଜଣାପଡିଛ। ଗିରଫ ଅଭିଯୁକ୍ତଙ୍କ ଠାରୁ ୩୧୦୦ଟଙ୍କା ଏବଂ ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ଜବତ କରାଯାଇଥିଲା। ଏନେଇ ପଦ୍ମପୁର ଥାନାରେ କେସ୍ ନମ୍ବର ୧୯୪ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଏସପି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି।