ରାୟଗଡା: ରାୟଗଡା ଅବକାରୀ ବିଭାଗକୁ ମିଳିଛି ସଫଳତା। ରାୟଗଡା ସହରରୁ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଆସାମୀକୁ ଗିରଫ କରିଛି। ଅବକାରୀ ଅଧିକ୍ଷକ ଅଭିମନ୍ୟୁ ବେହେରା ବିଶେଷ ସୂତ୍ରରୁ ଖବର ପାଇ ରାୟଗଡା ସହରରେ ପେଟ୍ରୋଲିଂ କରିବାକୁ ଅବକାରୀ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ। ଏସଆଇ ସଂଜୟ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ସହରର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା। ହୋଟେଲ ରାଜଭବନ ଛକ ନିକଟରେ ଦୁଇ ଜଣ ସଂନ୍ଦିଗ୍ଧଙ୍କୁ ଧରି ପଚରାଉଚରା କରିବା ପରେ ସେମାନଙ୍କ ଠାରୁ ଦୁଇଟି ବ୍ୟାଗରେ ୨୨ କିଲୋ ଗଞ୍ଜେଇ ରହିଥିବା ଅବକାରୀ କର୍ମଚାରୀ ଦେଖିବାକୁ ପାଇଥିଲେ।
ତୁରନ୍ତ ଦୁଇ ଜଣ ଆସାମୀକୁ ଗିରଫ କରିବା ସହ ଗଞ୍ଜେଇକୁ ଜବତ କରିଥିଲେ। ଆସାମୀ ଦ୍ବୟ ହେଲେ ଗୁଡାରି ଅଂଚଳର ମାନସ ରଂଜନ ଲାବଲା ଏବଂ ଲାବଣ୍ୟ ଶବର। ଏହି ଗଞ୍ଜେଇ ଅହମଦାବାଦକୁ ଚାଲାଣ କରାଯାଉଥିବା ଅବକାରୀ ବିଭାଗ କହିଛି। ଏହି ଚଢଉରେ ଏଏସଆଇ ରାଶି ନାୟକ ଓ ସଂଗ୍ରାମ ପଟନାୟକ, କନେଷ୍ଟବଲ ପି.ଧର୍ମା ରାଓ, ପାଲକାକ ଆପାୟା, ଅମର କୁମାର ଦଳେଇ, ଖ୍ଲୀଷ୍ଟଦାସ ବେବର୍ତ୍ତା, କିଶୋର ବିଡିକା ପ୍ରମୁଖ ଅଂଶଗ୍ରହଣ କରିଥିଲେ।