ରାୟଗଡା: ରାୟଗଡା ଅବକାରୀ ଅଧିକ୍ଷକ ଅଭିମନ୍ୟୁ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସ୍ଥାନୀୟ ରେଳ ଷ୍ଟେସନରେ ଚଢଉ କରାଯାଇ ଗଞ୍ଜେଇ ଜବତ କରାଯାଇବା ସହ ଜଣେ ଆସାମୀକୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ରାୟଗଡା ଅବକାରୀ ସବ ଇନସପେକ୍ଟର ସଞ୍ଜୟ ପ୍ରଧାନଙ୍କ ନେତୃତ୍ବରେ ରେଳ ଷ୍ଟେସନ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଜଣେ ଗଞ୍ଜେଇ ବ୍ୟାଗ ଧରି ଯାଉଥିବା ବେଳେ ଅବକାରୀ କର୍ମଚାରୀ ତାକୁ କାବୁ କରିଥିଲେ। ଆସାମୀଙ୍କ ଠାରୁ ୨୧ କିଲୋ ୩୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ଅବକାରୀ ବିଭାଗ କହିଛି। ଆସାମୀ ଜଣକ ହେଲେ ଉତ୍ତର ପ୍ରଦେଶର ଉମେଶ ଯାଦବ। ଗଞ୍ଜେଇ ରାୟଗଡାରୁ ଉତ୍ତର ପ୍ରଦେଶକୁ ଚାଲାଣ କରାଯାଉଥିଲା।

Advertisment

ଗଞ୍ଜେଇ ମାଫିଆ ମାନେ ରେଳ ରାସ୍ତାକୁ ଏବେ ସହଜ ଓ ସୁବିଧା ପଥ ଭାବେ ବାଛି ନେଇଛନ୍ତି। ଏହା ଜାଣିବା ପରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ବିଭିନ୍ନ ସମୟରେ ଗଞ୍ଜେଇ ସହ ଆସାମୀ ମାନଙ୍କୁ ଗିରଫ କରାଯାଉଛି।ଏହି ଚଢଉରେ ଡିଏସପି ଗୁପ୍ତେଶ୍ବର ପ୍ରଧାନ, ଏସଆଇ ସଂଜୟ ପ୍ରଧାନ ଓ ସଂଗ୍ରାମ ପଟ୍ଟନାୟକ, କନେଷ୍ଟବଳ ଜି. ଧର୍ମା ରାଓ, ପାଲକା ଆପ୍ପାୟା, ଅମର କୁମାର ଦଳେଇ, ଖ୍ରୀଷ୍ଣଦାସ ବେବର୍ତ୍ତା, ସନ୍ଦୀପ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।