ଉମରକୋଟରେ ୭ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ଆସାମ ରାଇଫଲର ଅଧିକାରୀଙ୍କ ସମେତ ୪ ଗିରଫ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଚାନ୍ଦିଆବେଡ଼ା ଗ୍ରାମର ରବି ନାରାୟଣ ସମରଥଙ୍କ ଘରୁ  ଆଜି ୩୬ଟି ବସ୍ତାରେ ପ୍ରାୟ ୭ କ୍ଵିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ବିଶ୍ବସ୍ତ ସୁତ୍ରରୁ ଖବର ପାଇଁ ଉମରକୋଟ ପୁଲିସ ରବିଙ୍କ ଘରେ ଚଢଉ କରିବାବେଳେ ଏହି ଗଞ୍ଜେଇ ମିଳିଛି ।

ଏହି ଚଢାଉ ସମୟରେ ଉମରକୋଟ ପୋଲିସ ଉପଖଣ୍ଡ ଅଧିକାରୀ ଦିନେଶ କୁମାର ନାୟକ ଓ ଥାନା ଆଇଆଇସି ନରେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ଏତେ ପରିମାଣର ଗଞ୍ଜେଇ ଜବତ ହେବା ଉମରକୋଟ ଥାନା ପାଇଁ ଏକ ରେକର୍ଡ଼ ସୃଷ୍ଟି କରିଛି । ଏହି ଗଞ୍ଜେଇକୁ  ଛତିଶଗଡ଼କୁ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ପୁଲିସ ପହଞ୍ଚି ଥିଲା । ମାତ୍ର ୧୫ ମିନିଟ୍ ସମୟ ବିଳମ୍ବ ହେଇଥିଲେ ଗଞ୍ଜେଇ ଚାଲାଣ ହେଇ ସାରିଥାନ୍ତା ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଗିରଫ ହେଇଥିବା ରବି ନାରାୟଣ ସମରଥ ଏହି ଅଞ୍ଚଳ ରେ ଜଣେ ଜନ ପ୍ରିୟ ବ୍ୟକ୍ତି ହେଇଥିବା ସହ ସେ ୨୦୦୪ ଓ ୨୦୦୯ ମସିହା ବିଧାନସଭା ନିର୍ବାଚନରେ ବିଧାୟକ ପ।ର୍ଥି ଭାବରେ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ହେଇଥିଲେ। ସେହିପରି ରବିଙ୍କ ଭାଇ ହେଉଛନ୍ତି ରମାକାନ୍ତ ସମରଥ ୪୩ ଯିଏ କି ସରକାରୀ ସ୍କୁଲ ରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ସେହିପରି ସୁବାସ ଚନ୍ଦ୍ର ମାଝୀ ଆସାମ ରାଇଫଲର ଜଣେ ଅଧିକାରୀ ଓ ସେ ବର୍ତ୍ତମାନ ଆସାମରେ  ନିୟୋଜିତ ଅଛନ୍ତି । ଗିରଫ ହୋଇଥିବା ଆଉ ଜଣେ ବ୍ୟକ୍ତି ହେଲେ ଝୋରି ଗାଁ ଥାନା ଅଧୀନରେ ଥିବା ଗୁରୁଶିଙ୍ଗା ଗ୍ରାମର ବାସୁଦେବ ନାୟକ ଯିଏକି ସରକାରୀ ସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି। ତେବେ ଏହି ଚୋର। ଚାଲାଣ ରେ ଆଉ କିଛି ବ୍ୟକ୍ତି ସାମିଲ ଥିବା ପୋଲିସ ସନ୍ଦେହ କରୁଛି ।

ସମ୍ବନ୍ଧିତ ଖବର