ବନବିଭାଗ ଧରିଲା ଗଂଜେଇ ଗାଡ଼ି, ଚାଳକ ଗିରଫ

ବଲାଙ୍ଗୀର/ଲୋଇସିଂହା : ବନ ବିଭାଗ ଚଢ଼ଉ ସମୟରେ ଗଂଜେଇ ଚୋରାଚାଲାଣ ଗାଡ଼ି ଧରାପଡ଼ିଛି। ମାକ୍ସ ପିକ୍‌ଅପ୍‌ (ଓଡି ୦୫ ବି ଏ୪୨୧୧)କୁ ଜବତ କରି ଚାଳକ ସୁବର୍ଣ୍ଣପୁର ଜିଲ୍ଲା ମାଟୁପାଲି ଗାଁର ସୁରେଶ ପାତ୍ରକୁ ଗିରଫ କରାଯାଇଛି। ମାମଲାକୁ ବନ ବିଭାଗ ଅବକାରୀ ବିଭାଗକୁ ହସ୍ତାନ୍ତର କରିଛି।

ପ୍ରକାଶ ଯେ, ବଲାଙ୍ଗୀର ବନ ବିଭାଗ ଟିମ୍‌ ଆଟଗାଁ ଅଂଚଳରେ ପେଟ୍ରୋଲିଂ କରୁଥିଲା। ବନ ବିଭାଗ ଟିମ୍‌କୁ ଦେଖି ଦୃତଗତିରେ ଗଂଜେଇ ବୋଝେଇ ଗାଡ଼ି ଫେରାର ମାରୁଥିଲା। ବନ ବିଭାଗ ଟିମ୍‌ ଜଙ୍ଗଲଜାତ ସାମଗ୍ରୀ ଧରିଥିବାରୁ ଫେରାର ମାରୁଥିବା ସନ୍ଦେହ କରି ଗାଡ଼ିର ପିଛା କରିଥିଲା। ଲୋଇସିଂହା କର୍ଲିପାଟ ରାସ୍ତାରେ ବନବିଭାଗ ଟିମ୍‌ ଗାଡ଼ିକୁ କାବୁ କରିଥିଲା। ଗାଡ଼ିକୁ ଛାଡ଼ି ଚାଳକ ଫେରାର ଉଦ୍ୟମ ସମୟରେ ତାକୁ କାବୁ କରିବାରେ ଟିମ୍‌ ସଫଳ ହୋଇଥିଲା। ବନବିଭାଗ ଟିମ୍‌ ଗାଡ଼ି ଓ ଚାଳକକୁ ବଲାଙ୍ଗୀର ରେଞ୍ଜ କାର୍ଯ୍ୟାଳୟକୁ ଆଣି ଅବକାରୀ ବିଭାଗକୁ ଖବର ଦେଇଥିଲା। ଅବକାରୀ ଅଧିକାରୀ ଆସି ଗାଡ଼ିକୁ ଜବତ କରିବା ସହ ଚାଳକକୁ ଗିରଫ କରିଥିଲେ। ଗାଡ଼ିରେ ୮ପେଟି ଗଞ୍ଜେଇ ଥିଲା ଓ ଏହାର ମୂଲ୍ୟ ୫ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କହାଯାଉଛି। ବନବିଭାଗ ଟିମ୍‌ରେ ବ୍ୟାସଦେବ ସାହୁ, ଜେନା ରାଉତ, ବିପ୍ଲବ ପଟ୍ଟନାୟକ, ମନୋଜ ପଧାନ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର