କେନାଲ ଭିତରକୁ ଓଲଟି ପଡ଼ିଲା ଗ୍ୟାସ ବୋଝେଇ ଅଟୋ

ବାଲିଅନ୍ତା: ହଂସପାଳ-ଅଭୟମୁଖୀ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ପାରିବାସୁଦେଇପୁର ନିକଟସ୍ଥ ଗୋପ ବ୍ରାଞ୍ଚ କେନାଲ ଭିତରକୁ ଆଜି ଏକ ଗ୍ୟାସ ବୋଝେଇ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ହେଲେ ଅଟୋ ଭିତରେ ବସିଥିବା ଜଣେ କର୍ମଚାରୀଙ୍କ ସମେତ ଚାଳକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।
ଅଟୋ ଡାଲାରେ ଥିବା ଗ୍ୟାସ ଟାଙ୍କି ଛିଟିକି କେନାଲ ଭିତରେ ଭାସିଥିଲା । ଅଟୋ ଅଟୋଙ୍କ ଡାକ ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲକୁ ପଠାଇଥିଲେ ।

ପ୍ରାପ୍ତ ସୂଚନା ଅନୁଯାୟୀ ପ୍ରତାପରୁଦ୍ରପୁର ଅଭିମୁଖେ ଗ୍ୟାସ ଟାଙ୍କି ନେଇ ଯାଉଥିବା ଉକ୍ତ ଅଟୋର ଚାଳକ ନିୟନ୍ତ୍ରଣ ହରାଇବାରୁ ଭାରସାମ୍ୟ ହରାଇ କେନାଲ ଭିତରକୁ ଗ୍ୟାସ ବୋଝେଇ ଅଟୋ ଓଲଟି ପଡ଼ିଥିଲା ।

ସମ୍ବନ୍ଧିତ ଖବର