ଗ୍ୟାସ ସିଲିଣ୍ଡର ଫାଟି ଦମ୍ପତ୍ତିଙ୍କ ସହିତ ମିସ୍ତ୍ରୀ ଗୁୁରୁତର

ସମ୍ବଲପୁର: ସମ୍ବଲପୁର ଦଲାଇପଡ଼ାରେ ମଙ୍ଗଳବାର ଗ୍ୟାସ ସିଲିଣ୍ଡର ଫାଟି ତିନିଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ବୁର୍ଲା  ଭିମସାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ସମ୍ବଲପୁର ଦଲାଇପଡ଼ାରେ ମଧୁ ଅଗ୍ରଓ୍ଵାଲ ତାଙ୍କ ସ୍ତ୍ରୀ ବବିତା ଅଗ୍ରଓ୍ଵାଲଙ୍କ ସହିତ ବାସବାସ କରନ୍ତି। ତେବେ କିଛିଦିନ ହେବ ତାଙ୍କ ଗ୍ୟାସ ସିଲିଣ୍ଡରରେ ତ୍ରୁଟି ଥିଲା। ତେବେ ସେ ଆଜି ମିସ୍ତ୍ରୀ ରଘୁ ମହାରଣାଙ୍କୁ ସିଲିସଣ୍ଡ ସଜାଡିବା ପାଇଁ ଡକାଇଥିଲେ। ମନ୍ତ୍ରୀ ରଘୁ ମଧୁ ଅଗ୍ରଓ୍ଵାଲଙ୍କ ଘରେ ପହଞ୍ଚି ସିଲିଣ୍ଡର ମରାମତି କରୁଥିବା ସମୟରେ ହଠାତ୍‌ ସିଲିଣ୍ଡରଟି ଫାଟି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଥିବା ମଧୁ ଅଗ୍ରଓ୍ଵାଲ ଓ ତାଙ୍କ ସ୍ତ୍ରୀ ବବିତା ଆଗ୍ରଓ୍ଵାଲଙ୍କ ସହିତ ମିସ୍ତ୍ରୀ ରଘୁ ମହାରଣା ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟଲୋକେ ତୁରନ୍ତ ତିନିଜଣଙ୍କୁ ସମ୍ବଲପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ମଧୁ ଓ ବବିତାଙ୍କ ଶାରୀରାବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ ବୁର୍ଲା  ଭିମସାରକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର