ଗ୍ୟାସ୍ ଲିକ୍ ହୋଇ ଜଣେ ଆହତ, ଅଳ୍ପକେ ବର୍ତିଲେ ପରିବାର ଲୋକେ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚାଟିଗୁଡ଼ାରେ ଆଜି ରାତ୍ର ପ୍ରାୟ ସାଢ଼େ ୮ରେ ଗ୍ୟାସ୍ ପାଇପ୍ ଲିକ୍ ହେବା ଯୋଗୁ ତହିଁରେ ନିଆଁ ବାହାରି ଯୁବକ ଆହତ ହୋଇଛନ୍ତି । ତେବେ ଉପସ୍ଥିତ ବୁଦ୍ଧି ଖଟାଇ ପରିବାର ଲୋକେ ଗ୍ୟାସ୍ ଲିକ୍ ବନ୍ଦ କରିବାକୁ ସଫଳ ହେବାରୁ ନିଶ୍ଚିତ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି ।

ସୂଚନା ଅନୁଯାୟୀ ଆଜି ରାତ୍ର ପ୍ରାୟ ସାଢେ଼ ୮ ଘଣ୍ଟ। ସମୟରେ ଚାଟିଗୁଡ଼ା ଗ୍ରାମର ଭୀମ ଭତରା (୨୭)  ଘରେ ରୋଷେଇ କରିବା ସମୟରେ ହଠାତ୍ ଗ୍ୟାସ୍ ରେଗୁଲେଟର ପାଇପ୍ ଦେଇ ଗ୍ୟାସ୍ ଲିକ୍ ହୋଇ ନିଆଁ ବାହାରିଥିଲା। ନିଆଁ ବାହାରିବା ଫଳରେ ଭୀମର ବାମ ଓ ଡାହାଣ ଗୋଡ଼ ପୋଡ଼ି ଯାଇଥିଲା। ସେ ଚିତ୍କାର କରିବା ପରେ ପରିବାର ଲୋକେ ଆସି ଗ୍ୟାସ୍ ଟାଙ୍କିର ନିଆଁକୁ ଆୟତ୍ତ କରି ଘର ବାହାରେ ଟାଙ୍କି ନେଇ ଯାଇଥିଲେ। ଛପର୍ ଘର ଉପରେ ନିଆଁ  ବାହାରିଥିଲା। ଉପସ୍ଥିତ ବୁଦ୍ଧି ଯୋଗୁ ସାରା ପରିବାର ନିଆ ବ୍ୟାପିଯିବାରୁ ରକ୍ଷା ପାଇଯାଇଥିଲେ। ତେବେ ଭୀମ ଆହତ ହୋଇଥିଲା। ଖବର ଲେଖା ହେବା ସୁଦ୍ଧା  ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏଥିରେ ଡାବୁଗାଁ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ ପହଂଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛହନ୍ତି।

ସମ୍ବନ୍ଧିତ ଖବର