ମନ୍ଦାରରେ ଗ୍ୟାସ ଗାଡି ଦୁର୍ଘଟଣା ଜଣେ ମୃତ, ଜଣେ ଗୁରୁତର

ଭୁବନ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ମନ୍ଦାର ସରସ୍ବତୀ ଶିଶୁ ମନ୍ଦିର ନିକଟରେ ଏକ ଗ୍ୟାସ ବୋଝେଇ ଟେମ୍ପୋକୁ ଷଡ଼ଙ୍ଗୀ ଆଡୁ ଆସୁଥିବା ଟ୍ରକ ମୁହାଁମୁହିଁ ଧକ୍କା ଦେଇଛି | ଭୁବନ ନୂଆବଜ଼ାରରେ ଥିବା ମହାବୀର ଗ୍ୟାସ ସର୍ଭିସର ଗ୍ୟାସ ଗାଡି (ଓଡି୦୪-ଏଚ-୧୫୫୯)ରେ ଥିବା ଭାରତ ଗ୍ୟାସ କର୍ମଚାରୀ ଭୁବନ ଥାନା ଏକତାଳି ପଂଚାୟତର ଚନ୍ଦାର ଗ୍ରାମର ନକୁଳ ସାହୁଙ୍କୁ ମନ୍ଦାର ଗ୍ରାମରେ ଗ୍ୟାସ ଦେବା ନିମନ୍ତେ ରାସ୍ତାରେ ଅଟକିଥିଲା | ଆଉ ଏହି ସମୟରେ ଷଡ଼ଙ୍ଗୀ ଆଡୁ ଆସୁଥିବା ଟ୍ରକ (ଓଡି ୦୪କେ-୫୭୮୯) ଗ୍ୟାସ ଗାଡିକୁ ମୁହାଁମୁହିଁ ଧକ୍କା ଦେଇଥିଲା |

ଆଉ ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଥିବାବେଳେ ମେଡିକାଲ ନେବା ବାଟରେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା | ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଭୁବନ ଥାନାଧିକାରୀ ପ୍ରଶାନ୍ତ ପାତ୍ରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଜବତ କରିବା ସହ ବୁଧେଶ୍ୱର ମନ୍ଦିର ନିକଟରୁ ହେଲପରକୁ ଅଟକ ରଖିଛନ୍ତି |

ଟ୍ରକ ଟି ଯାଜପୁର ଜିଲା ସୁକିନ୍ଦା ବ୍ଲକ କୁହିକା ପଂଚାୟତର ପ୍ରମିଳା ଜେନାଙ୍କର ବୋଲି ଜଣାପଡିଛି | ଦୁର୍ଘଟଣାର ଶିକାର ହୋଇଥିବା ମନ୍ଦାର ଗ୍ରାମର ଚାନ୍ଦ କମାର (65)ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି |

ସମ୍ବନ୍ଧିତ ଖବର